ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଆଜି ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ମଧୂସୁଦନ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ରୋଟାରୀ କ୍ଳବ୍ ପୁର୍ବତନ ସଭାପତି ତଥା ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ,ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପଦେଷ୍ଟା ସୁଶାନ୍ତ କୁମାର ବେହରା, ସଙ୍ଗଠକ ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।ସମାଜ ପ୍ରତି ଗଣମାଧ୍ୟମର କର୍ତ୍ତବ୍ୟ ଉପରେ ବିସ୍ତୃତ ଆଲୋଚନା ମାଧ୍ୟମରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେବା ସହିତ ଦୈନନ୍ଦିନ ଜୀବନର ପ୍ରତିଛବି ହୋଇ ସମାଜର ବିଭିନ୍ନ କଥାବସ୍ତୁକୁ ଲୋକଲୋଚନକୁ ଆଣିବାରେ ସହାୟକ ହେଉଛି ।ଗଣମାଧ୍ୟମ ରାଷ୍ଟ୍ର ବିକାଶରେ ଅନନ୍ୟ ଭୁମିକା ଗ୍ରହଣ କରିଛି ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ ।ଏଥି ସହିତ ଉପସ୍ଥିତ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଅତିଥି ମାନେ ଜାତୀୟ ପ୍ରେସ୍ ଦିବସର ଶୁଭେଚ୍ଛା ଜ୍ଞାପନ କରିଥିଲେ । ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ସହ ସମ୍ପାଦକ ସରୋଜ କୁମାର ଶତପଥୀ, କୋଷାଧ୍ୟକ୍ଷ ବିଭୁପାଦ ଜେନା,ଚନ୍ଦନ କୁମାର ସାହୁ,ରାଜେଶ କୁମାର ପାତ୍ର,ସଚିନ୍ ପୁରୋହିତ,ପଞ୍ଚାନନ ସାହୁ, ଜଗନ୍ନାଥ ନାୟକ,ମାଧବ ଚନ୍ଦ୍ର ଆପଟ, ସୁଧାଂଶୁ ଶେଖର ବିଷୋୟୀ,ଶିବ ପ୍ରସାଦ ମହାପାତ୍ର,ଶିବରାମ ଚୌଧୁରୀ, ଶିଶିର କୁମାର ସ୍ୱାଇଁ,ନାରାୟଣ ପଣ୍ଡା, ସନ୍ତୋଷ ଡାକୁଆ, ଅକ୍ଷୟ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ