କ୍ଷମ, ଅକ୍ଷମ ଏବଂ ଭିନ୍ନକ୍ଷମ
ବିପିନ ବିହାରୀ ମହାନ୍ତି
ସାଧାରଣ ବ୍ୟକ୍ତିଟିଏ ତା’ ଦୈନନ୍ଦିନ ଚଳଣିରେ ସମସ୍ତ ନିଜର ବ୍ୟବହାରିକ କାର୍ଯ୍ୟପାଇଁ ସମର୍ଥ ବା କ୍ଷମଥାଏ କାରଣ ତା’ର ସମସ୍ତ ଅଙ୍ଗ ତଥା ଇନ୍ଦ୍ରିୟମାନେ ଠିକ୍ କାମ କରୁଥାନ୍ତି । ତା’ର ଅନ୍ୟ ଉପରେ ଆଙ୍ଗିକ ଏବଂ ଇନ୍ଦ୍ରିୟ ଜନିତ ଯଥା ସ୍ପର୍ଶ, ସ୍ୱାଦ, ଘ୍ରାଣ, ଦର୍ଶନ ଏବଂ ଶ୍ରବଣ ଇତ୍ୟାଦି ପାଇଁ ନିର୍ଭରଶୀଳତା ପ୍ରାୟତଃ ନଥାଏ । ଏଣୁ ସେ ତା’ ମ୍ମରେ ଥିବା ସମସ୍ତ ମାନବ ସମ୍ବଳକୁ ଯଥା ଯଥ ସେ ବିନିଯୋଗ କରିଥାଏ ।
ଅକ୍ଷମ ବ୍ୟକ୍ତି ତାକୁଇ କୁହନ୍ତି ଯାହାର କାର୍ଯ୍ୟ କରିବାର କ୍ଷମତା ନଥାଏ । ଯେମିତି ଜଣେ ଜନ୍ମାନ୍ଧ । ସେ ତା’ର ଦର୍ଶନ ଜନିତ କାର୍ଯ୍ୟ କେମିତି ସମ୍ପାଦନ କରିବ? ଅର୍ଥାତ୍ ସେ ଦର୍ଶନକୁ ଅକ୍ଷମ । ଏହା ଅର୍ଥ ନୁହେଁ ତା’ର ଅନ୍ୟାନ୍ୟ ଇନ୍ଦ୍ରିୟ ବା ଅଙ୍ଗ ପ୍ରତଙ୍ଗ କାମ କରୁନାହାଁନ୍ତି । ସେ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସମର୍ଥ ଅଟେ । ନ ହେଲେ, କୋଇଟା ଅନ୍ୟ ଅର୍ଥରେ ଭିନ୍ନ କାର୍ଯ୍ୟ ପାଇଁ ସେ କ୍ଷମ । ଏଣୁ ଭିନ୍ନକ୍ଷମ । ସବୁଥିରେ ଅକ୍ଷମ ବ୍ୟକ୍ତି ଏମିତି ଜଣେ କେହି ନାହିଁ ।
କୌଣସି ଅଙ୍ଗର ଅକ୍ଷମତା ଦୁଇଟି କାରଣରୁ ହୋଇଥାଏ । ଗୋଟିଏ ଜନ୍ମଗତ ଏବଂ ଅନ୍ୟଟି ଜୀବଦଶା ମ୍ମରେ କୋଉ କାରଣରୁ ଅର୍ଜିତ । ଜନ୍ମଗତ ଯାହା ସେଥିପାଇଁ ଉକ୍ତବ୍ୟକ୍ତି ଦୁଃଖ ପ୍ରକାଶ କରେ ନାହିଁ କାରଣ ସେ ଯାହାର ‘ନାହିଁ’ରେ ଜନ୍ମ ହୋଇଛି, ସେ ତା’ର ବ୍ୟବହାର ଜାଣେ ନାହିଁ; ଯାହାର ‘ଅଛି’ରେ ସେ ଅଛି, ସେଥିରେ ସେ ସନ୍ତୁଷ୍ଟ ଏବଂ ତାକୁଇ ନେଇ ସେ ପ୍ରକୃତି ସହିତ ଠିକ୍ ସମାୟୋଜନ କରିଥାଏ । ଏହି କାରଣରୁ ଜନ୍ମାନ୍ଧଟିଏ ତା’ ଅନ୍ଧରାଜ୍ୟରେ ସମ୍ରାଟଟିଏ । ସେ କିଛି ପାଇବା ଜିନିଷ ହଜାଇ ନାହିଁ । ଏଣୁ ଖୋଜିବାର ନାହିଁ । ଖୋଜିବା କଥା ହିଁ ଦୁଃଖ । ଅଥଚ ଅର୍ଜିତ ବ୍ୟକ୍ତିଟିଏ ପାଇ ହରାଇଛି ବୋଲି ଦୁଃଖ । ପକେଟରେ ପଇସା ଥିଲେ ହଜିପାରେ । ହଜିଲେ ଖୋଜିବ ଅବଶ୍ୟମ୍ଭାବୀ । ଖୋଜି ନ ପାଇବାହିଁ ଦୁଃଖ ଓ ମନସ୍ତାପ ।
ଅକ୍ଷମତା ଏକ ବିକଳ ଅଙ୍ଗ ନୁହେଁ । ପ୍ରତିଟି ବ୍ୟକ୍ତି ମାନବ ସମ୍ବଳ ନେଇ ଜନ୍ମ ହୋଇଛି । ତା’ର ବୁଦ୍ଧି, ବୃତ୍ତି ଓ ସାମର୍ଥ୍ୟ ଅଛି । ସେ କୋଉଟା ହେଲେ କାମ କରିବାକୁ ସମର୍ଥ । ଆମର ଉଦ୍ଦେଶ୍ୟ ସମସ୍ତଙ୍କର ମାନବ ସମ୍ବଳର ଯଥାଯଥ ବିନିଯୋଗ ହେଉ । ଯିଏ ଯୋଉଥିପାଇଁ ଯୋଗ୍ୟ, ଯୋଉ ଭିନ୍ନତାକୁ କ୍ଷମ, ତାକୁ ସେଇଠି ବିନିଯୋଗ କରାଯାଉ ।
ଏକଥା ମ୍ମ କହି ରଖୁ ଯେ ଭିନ୍ନକ୍ଷମ ସାଧାରଣ ବ୍ୟକ୍ତିଟିଏ ଠାରୁ ଭିନ୍ନ କଥାରେ ଏମିତିରେ ଅଧିକକ୍ଷମ । ଜଣେ ବ୍ୟକ୍ତିର ତା’ ସଂପତ୍ତିକୁ ଯଦି ତା’ ପାଞ୍ଚ ସନ୍ତାନ ଭିତରେ ସମାନ ଭାବରେ ବାଣ୍ଟିଦିଏ, ଚାରୋଟି ସନ୍ତାନ ଥିଲେ ଅଧିକ ପଡ଼ିଥାନ୍ତା ନିଶ୍ଚୟ । ସେହି ଅର୍ଥରେ ପାଞ୍ଚଟି ଇନ୍ଦ୍ରିୟ ଭିତରୁ ଗୋଟିଏ ଅକାମୀ ହୋଇଗଲେ ଅନ୍ୟମାନେ ଅଧିକ ବଳଶାଳୀ ଓ କ୍ରିୟାଶୀଳ ହୋଇ ଯାଆନ୍ତି, ଏକଥା ସତ୍ୟ ।
ଜନ୍ମଗତ ବା ଅର୍ଜିତ ଭିନ୍ନକ୍ଷମ ସମାଜରେ ଏକ ବିଶେଷ ଅଙ୍ଗ । ‘ନାହିଁ’ ଅର୍ଥରେ ଆମେ ସେମାନଙ୍କୁ ପଛକୁ ଠେଲି ଅବହେଳା କରିବା ନାହିଁ । ହେଲେନ୍ କେଲର ପରି ଜନ୍ମାନ୍ଧ ବିଶ୍ୱରେ ଯେଉଁ କୃତିତ୍ୱ ଦେଖାଇଛନ୍ତି, ତା’ର ପଟାନ୍ତର ନାହିଁ । ଏବେ ବି କର୍ମ କ୍ଷେତ୍ରରେ ନିଯୁକ୍ତି ଭିନ୍ନକ୍ଷମ ମାନେ ତାଙ୍କର ବ୍ୟକ୍ତିତ୍ୱ ଓ କୃତିତ୍ୱ ଦେଖାଇ ସାରିଲେଣି ।
ଆମକୁ ସେମାନଙ୍କର ଅସୁବିଧାକୁ ଦେଖିବାକୁ ହେବ, ସେମାନଙ୍କର ବିଭିନ୍ନ ସମସ୍ୟାକୁ ବିଚାରକୁ ନେବାକୁ ହେବ, ବିଭିନ୍ନ କର୍ମକ୍ଷେତ୍ରରେ ସେମାନଙ୍କୁ ଯୋଗ୍ୟତା ଭିତ୍ତିକ ସମାନ ଅଧିକାର ଦେବାକୁ ହେବ, ଏନେଇ ସଂରକ୍ଷଣ ବ୍ୟବସ୍ଥା ମ୍ମ ଲାଗୁ କରାଯାଇପାରେ; ସେମାନଙ୍କ ଥଇଥାନ କରିବାକୁ ହେବ; ଯେଉଁଠି ସମ୍ଭବ, ସେମାନଙ୍କର ଅକର୍ମଣ୍ୟତାକୁ କୃତ୍ରିମ ଉପାୟରେ ସୁଧାରିବାକୁ ହେବ, ସେମାନଙ୍କର ବେକାରୀଙ୍କୁ ବେକାରୀ ଭିନ୍ନତା ଏବଂ ଚଳପ୍ରଚଳକୁ ଗାଡ଼ି ଅଥବା ତତ୍ ଜନିତ ନିୟମିତ ଭତ୍ତା ଯୋଗାଇବାକୁ ହେବ; ଏବଂ ସର୍ବୋପରି ସମାଜରେ ଏକ ବ୍ୟକ୍ତିତ୍ୱ ସଂପୂର୍ଣ୍ଣ ବ୍ୟକ୍ତି ହିସାବରେ ବଂଚିବାକୁ ଦିଆଯିବ । ଏହି ବାର୍ତ୍ତା ପ୍ରତିଟି ବ୍ୟକ୍ତି, ଅଞ୍ଚଳ, ଦେଶ ତଥା ବିଶ୍ୱରେ ସୂଚାଇ ଦେବା ପାଇଁ ୩ ଡ଼ିସେମ୍ବର ୧୯୯୨ ଠାରୁ ମିଳିତ ଜାତିସଂଘ ତର‘ରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ପ୍ରତିବର୍ଷ ୩ ଡ଼ିସେମ୍ବରକୁ ବିଶ୍ୱ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଉଛି ।
ଦୁଃଖ ଯେ ଏତେ ସତ୍ତ୍ୱେ ଭିନ୍ନକ୍ଷମଙ୍କ ଅବସ୍ଥା ସୁଧୁରେ ନାହିଁ । ଏମିତିକି ଗାଡ଼ି ମଟର କି ଅନ୍ୟାନ୍ୟ ଯାନବାହନରେ ତାଙ୍କ ପାଇଁ ସଂରକ୍ଷିତ ସ୍ଥାନଗୁଡ଼ିକ କଥା କଥିତ ବାବୁମାନେ ମାଡ଼ିବସନ୍ତି । କାହାକୁ କହିଲେ କେହି ଶୁଣିବାର ନାହିଁ । ଏପରିସ୍ଥଳେ ସହାନୁଭୂତି, ସହଯୋଗ ଓ ସମବେଦନା ତଥା କିପରି କହିବା?
ତଥାପି ଆସନ୍ତୁ, ସେମାନଙ୍କ ପାଇଁ ସାହାଯ୍ୟ ଏବଂ ଅନୁକମ୍ପାର ହାତଟିଏ ବଢ଼ାଇ ଦେବା । ସମାଜରେ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତି ହିସାବରେ ବଞ୍ôଚବାରେ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ,
ଦୂରଭାଷ : ୯୯୩୮୩୪୪୧୩୮