କ୍ଷୀରରେ ସ୍ନାନ କଲେ ବାବା ଅମରେଶ୍ୱର

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ଚାରିଛକ ନିକଟସ୍ଥ ତୁଳସୀପୁର ପଞ୍ଚାୟତ ଅମରେଶ୍ୱର ମହାଦେବଙ୍କ ପୀଠରେ ଶନିବାର ୬ଷ୍ଠ ବାର୍ଷିକ କ୍ଷୀର ସାଗରମେଳା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆଣିଥିବା କ୍ଷୀରରେ ପ୍ରଭୁ ଅମରେଶ୍ୱରଙ୍କୁ ସ୍ନାନ କରାଯାଇଥିଲା । ମନ୍ଦିର ନିକଟରେ ଯାଦବ ଭାଇମାନଙ୍କ ଦ୍ୱାରା ପାରମ୍ଫରିକ ଲହୁଡିଖେଳ ପ୍ରଦର୍ଶନ କରାଯାଇଥିଲା । ପରେ ସେହି କ୍ଷୀରରେ କ୍ଷୀରି ପ୍ରସ୍ତୃତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା । ସେଠାରେ ହଜାର ହଜାର ସଂଖ୍ୟାର ଦର୍ଶକ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ