କ୍ଷୀର ବିକି ପାରୁ ନାହାନ୍ତି ଚାଷୀ, ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କଲେ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଦୁଗ୍ଧଚାଷୀ ମାନେ ନାନା ସମସ୍ୟାରେ ପଡି ଯାଇଛନ୍ତି । ନାଁ ସେମାନଙ୍କ କ୍ଷୀର ବିକ୍ରୀ ହୋଇପାରୁଛି ନାଁ ସେମାନଙ୍କ ଗାଈଗୋରୁ ମାନଙ୍କୁ ଦାନା ମିଳିପାରୁଛି । ଏପରି ସ୍ଥିତିରେ ଦୁଗ୍ଧ ଚାଷୀମାନେ ସେମାନଙ୍କ ଉତ୍ପାଦିତ କ୍ଷୀରକୁ ରାସ୍ତାରେ ଢ଼ାଳି ଦୃଢ଼ ପ୍ରତିମାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଚୋରଗଡିଆ, ଗୋପାଳପୁର, ଅକରୁଆ ପଞ୍ଚାୟତର ଘୋଷରାପଦା, ଭାତକରୁଆ, ଅକରୁଆ, ବଡତୀରା, ବଞ୍ଚୋ ପ୍ରଭୃତି ଗାଁର ଚାଷୀମାନେ ସେମାନଙ୍କ ଉତ୍ପାଦିତ କ୍ଷୀରକୁ ନିକଟସ୍ଥ ଦୋକାନ ବଜାର ମାନଙ୍କରେ ବିକ୍ରୀକରି ପରିବାର ଚଳାଇଥାନ୍ତି । ଲକଡାଉନ ପାଇଁ ଚାରିଆଡେ ମିଠାଦୋକାନ, ଚା ଦୋକାନ ଆଦି ବନ୍ଦ ଥିବା ଯୋଗୁଁ ଏଥିରେ ପ୍ରଭାବିତ ହୋଇଛନ୍ତି ଏହି ଦୁଗ୍ଧଚାଷୀ ମାନେ । ପାଖରେ କୌଣସି କ୍ଷୀର ସୋସାଇଟ ନଥିବାରୁ କ୍ଷୀର ସବୁ ନଷ୍ଟ ହେଉଛି । ଫଳରେ ହାଟଡିହି ବ୍ଲକର ଚୋରଗଡିଆ, ବଞ୍ଚୋ, ଶାସଙ୍ଗ, ଛେନାପଦି, ସୁଲଣ, ଆମ୍ବୋ, ଗୋପାଳପୁର, ଘୋଷରାପଦା, ଭାତକରୁଆ, ବେତିରା, ଜଳକଳଙ୍ଗ ଆଦି ଅଞ୍ଚଳର ଶତାଧିକ ଦୁଗ୍ଧଚାଷୀ କ୍ଷୀର ବିକ୍ରୀ କରିନପାରି ନାହିଁ ନଥିବା ହଇରାଣ ହେଉଛନ୍ତି । ନିୟମିତ କ୍ଷୀରସବୁକୁ ଗାଁ ଗଣ୍ଡାରେ ବିନା ମୁଲ୍ୟରେ ଯଚାଇ ଦେଉଛନ୍ତି । ଗାଈ ମାନଙ୍କୁ ଦାନା ଗଣ୍ଡିଏ ଯୋଗାଇ ପାରୁନଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡୁଛି । ସରକାର ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧୁସୁଦନ ରାଉତ, ଶିଶିର ରାଉତ, ସୁବ୍ରତ ପାତ୍ର, ସୁଶାନ୍ତ ବାରିକ, ବନମାଳି ବାରିକ, ହରିହର ବେହେରା, କରୁଣାକର ନାୟକ, କରୁଣାକର ବାରିକ, ଗଗନ ବେହେରା, ସନାତନ ସାହୁ, ବସନ୍ତ ବାରିକ, ଦିଲୁ ବାରିକ, ପୁର୍ଣ୍ଣଚନ୍ଦ୍ର ସାହୁ, ଅନାଦି ଦାସ, ପାର୍ବତୀ ଦାସ, ଅକ୍ଷୟ ଦାସ, ପ୍ରହଲଦା ଦାସ, ସବିତା ଜେନା, ଲଛମନ ବେହେରା, ନବଘନ ସାହୁ, ହରିହର ସାହୁ, ଯୁଦ୍ଧିଷ୍ଠିର ବରାଳ, ପ୍ରତାପ ଘଡେଇ, ଭୀମସେନ ସାହୁ , ପ୍ରଦୀପ ଜେନା, ଦିପ୍ତୀରଞ୍ଜନ ଦାସ, ଭଗବାନ ସାହୁ ପ୍ରମୁଖ ଦୁଗ୍ଧ ଚାଷୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ