କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ୬ଷ୍ଠ ଥର ପାଇଁ ରବି ରଥ ସଭାପତି ନିର୍ବାଚିତ
ବ୍ରହ୍ମପୁର : ଗତ ତିନିଦିନ ଧରି ଗେ।ପାଳପୁର ସେଣ୍ଟଭିନସେଣ୍ଟ ରିଟ୍ରିଟ୍ ସେଣ୍ଟର ଠାରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ (ଏସଏମଏନଅ ।ଇ)ର ୨୦ତମ ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତା ନିବାଚନ କରାଯାଇ ସର୍ବସମ୍ମତିକ୍ରମେ ରବି ରଥ ୬ଷ୍ଠ ଥର ପାଇଁ ସଭାପତି ନିର୍ବାଚିତ ହେ ।ଇଛନ୍ତି ବେ ।ଲି ନିର୍ବାଚନ ଅଧିକାରୀ ଲଙ୍ଗ୍ସିଙ୍ଗ୍ ଟେରନ୍ ପ୍ରକାଶ କରିଛନ୍ତି । ୨୦୦୦ ମସିହାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ସମ୍ପାଦକ ଓ ପ୍ରକାଶକମାନଙ୍କୁ ସଂଗଠିତ କରି ଓଡ଼ିଶାରେ ଏକ ଶାକ୍ତିଶାଳୀ ସଂଗଠନ ଭାବେ ଗଢ଼ି ତେ।ଳିଥିବା ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରଥ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଚିତ୍ତରଞ୍ଜନ ସ୍ୱାଇଁ ରଥଙ୍କ ନାମ ସଭାପତି ଭାବେ ପ୍ରସ୍ତାବ ଦେଇଥିବା ବେଳେ ପ୍ରଦୀପ୍ତ ପରିଡ଼ା ସମର୍ଥନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିନେ।ଦ ମହାପାତ୍ର, ଭଜରାମ ମହାପାତ୍ର, ସରେ ।ଜ ରଞ୍ଜନ ପଟ୍ଟନାୟକ, ପୁରୁଷେ ।ତ୍ତମ ପଲେଇ, ସବିତା ମିଶ୍ର, ସୀତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ରାଜ୍ୟ ସଂଗଠନ ପକ୍ଷରୁ ରଥଙ୍କୁ ଉପଢ଼ୌକନ, ପୁଷ୍ପଗୁଚ୍ଛ ଓ ମାଳ ଦେଇ ସମ୍ମାନିତ କରାଯାଇଥିଲା ।


