ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ନେଇ ଭବାନୀପାଟଣା ଠାରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଭବନୀପାଟଣା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡିଶାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ କ୍ରୀଷ୍ଣା ନଗର ପଡିଆ ଠାରେ ବିଜେପିର ବିଜୟ ସଂକଳ୍ପ ସମାରୋହରେ ଯୋଗଦେବେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଧ୍ୟାରେ ଉକ୍ତ ଅଂଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । କ୍ରୀଷ୍ଣା ନଗର ପଡିଆ ଠାରେ ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କରିବା ସହ ଦଳୀୟ କାର୍ଯ୍ୟକର୍ତା ଓ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଜୟ ସଂକଳ୍ପ ସଭାରେ ଲୋକ ସାମିଲ ହୋଇ ମୋଦିଙ୍କୁ ଆଉ ଥରେ ଶାସନ ଭାର ଦେବା ସହ ରାଜ୍ୟରେ ୧୯ ବର୍ଷର ସରକାର ବଦଳିବା ପାଇଁ ମୋଦିଙ୍କୁ ଆଶୀର୍ବାଦ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ