କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ନାହିଁ ତ ଯାତ୍ରା ନାହିଁର ପ୍ରିମିୟର୍ ଶୋ ଉଦ୍‌ଘାଟିତ 

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):  କରୋନା ଭୂତାଣୁ ବିରୋଧରେ ସମଗ୍ର ବିଶ୍ଵ ଲଢ଼େଇ କରୁଥିବା ବେଳେ ଭାରତ ବର୍ଷରେ ସଂକ୍ରମଣର ହାର ବୃଦ୍ଧି ପାଇ ଭାରତ ସଂକ୍ରମଣ ତାଲିକାର ଦ୍ଵିତୀୟ ସ୍ଥାନରେ ପହଞ୍ଚି ସାରିଲାଣି | ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡ଼ାଉନ୍, ସଟ୍ ଡ଼ାଉନ୍, ସାମାଜିକ ଦୂରତ୍ଵ ରକ୍ଷା ଏବଂ ମାସ୍କ ବ୍ୟବହାର ଉପରେ ପ୍ରଥମରୁ ଗୁରୁତ୍ଵ ଦିଆଯାଇଥିଲେ ମଧ୍ୟ ଜୀବନ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଧୀରେ ଧୀରେ ଦେଶରୁ ଲକ୍ ଡ଼ାଉନ୍ ଓ ସଟ୍ ଡ଼ାଉନ୍ ରେ କୋହଳ କରାଯାଇଛି | କିନ୍ତୁ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ କଡା ନିର୍ଦ୍ଦେଶ ଦେଇଛନ୍ତି | ଏହା ସହିତ ଜନ ସାଧାରଣକୁ ମାସ୍କ ବ୍ୟବହାର ପାଇଁ ସଚେତନ କରାଯାଉଛି | ସେଥିପାଇଁ ବିଭିନ୍ନ ସ୍ଵେଚ୍ଛାସେବୀ ସଙ୍ଗଠନ ପଥପ୍ରାନ୍ତ ନାଟକ, କ୍ଷୁଦ୍ର ଚଳଚ୍ଚିତ୍ର ଭଳି କାର୍ଯ୍ୟକ୍ରମ କରି ଜନ ସାଧାରଣଙ୍କୁ ସଚେତନ ମଧ୍ୟ କରାଉଛନ୍ତି | ସେହିପରି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମର କେଶବ ଚନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ RCS ପ୍ରଡକ୍ସନ୍ ଦ୍ଵାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ” ମାସ୍କ ନାହିଁ ତ ଯାତ୍ରା ନାହିଁ ” ମୁଖ୍ୟ ଅତିଥି ରବି ନାରାୟଣ ଦାସଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି | ଏହାର କାହାଣୀ ଯୁବ ନାଟ୍ୟକାର ରାଜେନ୍ଦ୍ର କୁମାର ବିଷୋୟୀ ରଚନା କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ଶିଶିର କୁମାର ପ୍ରଯୋଜନା ଏବଂ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି | କୋଡିଏ ମିନିଟ୍ ଅବଧିର ଏହି କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚନ ଉତ୍ସବରେ ବେଲଗୁଣ୍ଠା ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ , ରତ୍ନାକର ସାହୁ, ଜୟ କୃଷ୍ଣ ପଟ୍ଟନାୟକ , ଜଗନ୍ନାଥ ନାୟକ, ପ୍ରଭାତ କୁମାର ସାହୁ, ରାଜେଶ୍ ଭାଇ, ସୁରେନ୍ଦ୍ର ଜେନା, ପ୍ରଫୁଲ୍ଲ ବେହେରା ,ଲମ୍ବୋଦର ବିଷୋୟୀ, ପ୍ରଫୁଲ୍ଲ ବିଷୋୟୀ, ତ୍ରିପତି ବାଲାଜୀ ପ୍ରଧାନ, ସୁଦାମ ଚରଣ ଗୌଡ଼, ସୁରେଶ ସୁବୁଦ୍ଧି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ | ରାଜେନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରାଜ କିଶୋର ଧନ୍ୟବାଦ ଅର୍ପଣ କରିଥିଲେ  ସମସ୍ତ କଳାକାରଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ