କ୍ଷୁଦ୍ର ଜଳସେଚନ ବିଭାଗର ବଡବନ୍ଧ ଜଳାଶୟ ପରିଦର୍ଶନ
ବ୍ରହ୍ମପର , (ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଆଙ୍କୋଲି ଅଂଚଳରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ଜଳବନ୍ଧ ନାମକ ଜଳାଶୟ ରେ ସଂମ୍ପୂର୍ଣ୍ଣ ଜଳପୂଣ୍ଣ ହୋଇଯାଇଛି ।ଏହି ଜଳାଶୟ ଆଙ୍କୋଲି ଅଂଚଳର ହରିଜନ ସାହି , ନୂଆ ସାହି , ପ୍ରଧାନ ସାହି , ନିଗମନଗର ବଡସାହି ,ଦେଉଳସାହି , ଓ ଖୋଡାସିଂ ଅଂଚଳରେ ଶତାଧିକ ଜନସାଧାରଣ ପ୍ରତିଦିନ ଏହି ଜଳାଶୟରେ ଗାଧୋଇବାରେ ନିର୍ଭର କରନ୍ତି । ଗ୍ରୀଷ୍ମର ପ୍ରବାହରେ ରାଜ୍ୟରେ ଅଗ୍ନିବର୍ଷା ହେଉଥିବା ବେଳେ ଏହି ବନ୍ଧ ଲୋକମାନଙ୍କ ପାଇଁ ଖରାଦିନେ ବେଶ ସହାୟକ ହୋଇଥାଏ । ତେଣୁ ସ୍ଥାନୀୟ ଜନସାଧାରଣ , ସ୍ଥାନୀୟ ଯୁବସେବୀ ତୁମ୍ବେଶ୍ୱର ନାୟକ , ଓ ଶିବ ଶଙ୍କର ନାୟକ ,ଇଂଞ୍ଜିନିୟର ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହିଯନ୍ତ୍ରୀ ଙ୍କ ସହ ବଡବନ୍ଧ ଜଳାଶୟ ଉପରେ ଆଲୋକପାତ କରିଥିଲେ । ଏହି ସମୟରେ ପରିଦର୍ଶନ ସହକାରୀ ବିଭାଗର ସହକାରୀ ଯନ୍ତ୍ରୀ ୧୨ ଘଣ୍ଟିକା ସମୟରେ ଆସି ବଡବନ୍ଧ ପରିଦର୍ଶନ କରିଛନ୍ତି । ପୋଖରିର ପୁନରୁଦ୍ଧାର ବିସୟରେ ମୁଖ୍ୟଯନ୍ତ୍ରୀ୍ଙ୍କ ସହ ଆଲୋଚନା କରି ପ୍ରତିଶୃତି ଦେଇଥିଲେ ।