କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ସିପିଆଇଏମ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ଅନୁରୋଧ
ଚୌଦ୍ୱାର : (ଦୀପକ୍ କୁମାର ବେଉରା) ଥଇଥାନ ବ୍ୟବସ୍ଥା ପରେ କ୍ଷୁଦ୍ର ବ୍ୟବସାୟୀ ମନକୁ ଉଚ୍ଛେଦ କରିବାକୁ କଟକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସିପିଆଇଏମ ର ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାଶ ।କଟକ-ତାଲଚେର ରେଳ ରୁଟରେ ଟାଂଗି -ଚୌଦ୍ୱାର ବ୍ଳକ ର ଶାଳଗାଁ ପଂଚାୟତର ରେଳ ଫାଟକ ନିକଟସ୍ଥ ବଜାର ରେ ପ୍ରାୟ ୪୦ଟି କ୍ଷୂଦ୍ର ବ୍ୟବସାୟୀ କେବିନ ଓ ଅର୍ଦ୍ଧନିର୍ମିତ ଘର ମାନଙ୍କ ରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରି ଆସୁଛନ୍ତି।ଆଗରୁ ସେହି ଯାଗାରୁ ପଂଚାୟତ ଟିକସ ମଧ୍ୟ ଆଦାୟ କରୁଥିଲେ।କିନ୍ତୁ ସେ ଯାଗା ସ୍ଥାନୀୟ ପଣ୍ଡୁଆ ମଠ ର ବୋଲି ମଠ ଦାବୀ କରିବା ପରେ ପଂଚାୟତ ଟିକସ ଆଦାୟ ବନ୍ଦ ଅଛି ରେଳ ଲାଇନର ପ୍ରସସ୍ତିକରଣ ରେ ସେହି ଯାଗା ଯାଇଛି।ମଠକୁ ଓ ଅନ୍ୟ କିଛି ପଟ୍ଟାଧାରୀକୁଂ କ୍ଷତି ପୂରଣ ମିଳିଛି। କିନ୍ତୁ ଏହି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ କିଛି କ୍ଷତି ପୂରଣ ଦିଆଯାଇନାହିଁ।୧୦ଜୁଲାଇ ରେ ଭାଂଗି ଦେବାପାଇଁ ଠିକାଦାର କହୁଛନ୍ତି।ତେଣୁ ବିନା କ୍ଷତି ପୂରଣ କିମ୍ବା ଥୈଥାନ ବ୍ୟବସ୍ଥା ନକରି ୫୦ବର୍ଷ ଧରି ବ୍ୟବସାୟ କରୁଥିବା ପରିବାର ମାନଙ୍କୁ ରୋଜଗାର ହୀନ କରିବା ଅନ୍ୟାୟ ହୋଇଥିବାରୁ କରୋନା ଜନିତ ସ୍ଥିତି ଏବଂ ଥଇଥାନ ପାଇଁ ପଦକ୍ଷେପ କିମ୍ବା ଯତ୍ କିଂଚିତ ଆର୍ଥିକ ସହାୟତା ପାଇଁ ପଦକ୍ଷେପ ନେଲେ ଜନସ୍ବାର୍ଥ ର ସୁରକ୍ଷା କରାଯାଇପାରିବ ବୋଲି ବଦ୍ରୀ ଦାଶ ଅନୁରୋଧ କରିଛନ୍ତି ।


