କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ

ବାଲେଶ୍ୱର, (ସରୋଜ ପଣ୍ଡା):ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଏଲଏସି ଠାରେ ସୀମା ଅତିକ୍ରମ ପାଇଁ ଚୀନ ଚେଷ୍ଟାକୁ କରୁଥିବା ବେଳେ ସମ୍ପ୍ରତି ଭାରତର ସାମରିକ ପ୍ରସ୍ତୁତିକୁ ଅଧିକ ଗୁରୁତ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ‘ଡିଆରଡିଓ’ ପକ୍ଷରୁ ଗୁରୁବାର ଆନ୍ତମହାଦେଶୀୟ ଆଣବିକ ଯୁଦ୍ଧାସ୍ତ୍ର କ୍ଷମତା ବହନ ବିଶିଷ୍ଟ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ବ୍ୟବହାରିକ ପରୀକ୍ଷଣ । ଭଦ୍ରକ ଜିଲା ଧାମରା ସ୍ଥିତ ଅବଦୁଲ କଲାମ ଦୀପର ଆଇଟିଆର ୪ ନଂ ଲଞ୍ଚ କେମ୍ପ୍ଲକରୁ ଅଗ୍ନି-୫ର ରାତ୍ରୀକାଳିନ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ସନ୍ଧ୍ୟା ୫.୩୦ମିନିଟ୍ ସମୟେର ଉତ୍େ‌କ୍ଷପଣ କରାଯାଇଥିଲା । ଭାରତୀୟ ସେନାବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ଦ୍ୱାରା ଭ୍ରାମ୍ୟମାଣ କାନିଷ୍ଟରରୁ ଏହା ଉତେକ୍ଷପଣ କରାଇଥିଲା । ସମ୍ପୂର୍ଣ୍ଣ ସ୍ୱେଦଶୀ ଜ୍ଞାନ କୌଶଳେର ନିର୍ମିତ ୧୭ ମିଟର ଲମ୍ବ, ୨ ମିଟର ମେଟୋଇ ତଥା ୫୦ ଟନ୍ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୧୫ ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୋଦ୍ଧାସ୍ତ୍ର ବହନ କରି ସାଢ଼େ ୫ ହଜାର କିଲୋମିଟର ଦୂରର ଲକ୍ଷ୍ୟେଭଦ କରିଥାଏ । ଭାରତ ଡାଇନାମିକ୍ ଲିମେିଟଡ୍ (ବିଡିଏଲ) ଓ ଡିଆରଡିଓର ମିଳିତ ସହୋଗେର ୩ ର୍ପ୍ୟାୟ ଇନ୍ଧନୁକ୍ତ ଅଗ୍ନି-୫ କ୍ଷେପଣାସ୍ତ୍ର ନିର୍ମିତ ହୋଇଛି । କଠିନ ଇନ୍ଧନ ସାହାଯ୍ୟର ଏହି କ୍ଷେପଣାସ୍ତ୍ର ଶବ୍ଦର ଗତି ଠାରୁ ୨୪ଗୁଣ ଅଧିକ ଅର୍ଥାତ ଏକ ସେକଣ୍ଡେର ୮.୧୬ କିଲୋମିଟର ଦୂରତା ଅତିକ୍ରମ କରିଥାଏ । ଏହା ଘଣ୍ଟାକୁ ୨୯ ହଜାର ୪୦୧ କେିଲାମିଟର ବେଗେର ଶତ୍ରୁପକ୍ଷ ଉପକ୍ଷର ଆକ୍ରମଣ କରିପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ