କ୍ଷୟକ୍ଷତି ଆକଳନ ପାଇଁ ଦାବିପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଜୱାଦ ବର୍ଷା ଯୋଗୁ ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ଚାଷ ହୋଇଥିବା ଖରିଫ ଧାନ ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଦୁଇ ଦିନ ଧରି ବର୍ଷା ଲାଗି ରହିବା ଯୋଗୁ ସହଳ କିସମ ପାଚିଲା ସ୍ୱର୍ଣ୍ଣ ଧାନ ସହିତ ଅନ୍ୟାନ୍ୟ କ୍ଷେତ ମଧ୍ୟ ନଷ୍ଟ ହୋଇଛି । ଏପରିକି କିଛି ଅମଳ ଉପଯୋଗୀ କ୍ଷେତ ଶୋଇଯାଇଥିବା ବେଳେ ତା ଉପରେ ପାଣି ମଧ୍ୟ ମାଡିଯାଇଛି । ବିଶେଷ କରି ମଧ୍ୟମ, କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା ଆଜି ଯାଏଁ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ ନହେବା ପରିତାପର ବିଷୟ ପାଲଟିଛି । ଏହାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବ୍ଲକ ସଭାପତି ପ୍ରଦୀପ ସାମଲଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳର ଚାଷୀ ମାନେ ତହସିଲଦାର ଓ କୃଷି ଅଧିକାରୀଙ୍କୁ ଭେଟି କ୍ଷୟକ୍ଷତି ଆକଳନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଗଙ୍ଗାଧର ସେନାପତି, ଶ୍ୟାମସୁନ୍ଦର ଜେନା, ଦେବାନନ୍ଦ ବରାଳ, କରୁଣାକର ଜେନା, କୈଳାସ ସାହୁ, ଦୀନବନ୍ଧୁ ନାୟକ, ସନ୍ତୋଷ ସାହୁ, ନିରାକାର ସେଠୀ, ନରେନ୍ଦ୍ର ମହାପାତ୍ର, ପ୍ରଦୀପ ନାୟକ, ବିରେନ୍ଦ୍ର ପାତ୍ର, ହରମୋହନ ସେନାପତି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ