କ୍ୟାନ୍ସର ରୋଗରେ ପୀଡିତ ଶିଶୁ ପାଇଁ ଅର୍ଥ ସାଜିଛି ବାଧକ
ଧାମନଗର, (ସନ୍ତୋଷ କୁମାର ପ୍ରଧାନ):ଧମାନଗର ବ୍ଲକ ଅନ୍ତର୍ଗତ ଧୂସୁରି ଓଲଟପୁର ଗ୍ରାମରେ କୈବଲ୍ୟ ସାହୁ ଏବଂ ତାଙ୍କ ସ୍ତ୍ରୀ କୌଶଲ୍ୟା ସାହୁ ଙ୍କ ଦିତୀୟ ସନ୍ତାନ ସାଇ ଲକ୍ଷ୍ମୀ ସାହୁ ବୟସ ୨ ବର୍ଷ ପ୍ରଥମେ ତାଙ୍କ ଝିଅ ଙ୍କ ମୁଣ୍ଡରେ ଏକ ଟ୍ୟୁମର ହେଇଥିଲା ଯାହା ସେ ସବୁ ଜମି ବାଡ଼ି ବିକି ଚିକିତ୍ସା କରାଇଥିଲେ । ଏବଂ ଏବେ ପୁଣି ତାଙ୍କ ଝିଅର କ୍ୟାନ୍ସର ହୋଇଥିବା ଜଣା ପଡ଼ିବ ପରେ ହା ହତାଶ ହୋଇ ପଡିଛନ୍ତି ବାପା, ମା ଦୁଃଖର କଥା ଏହି କ୍ୟାନ୍ସର ପୀଡ଼ିତ ଶିଶୁ ଏବେ ତାଙ୍କର ଗୋଟେ ଆଖି ହରାଇଛନ୍ତି ।ସେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ସେ ସରକାରଙ୍କୁ ଏବଂ ଲୋକ ମାନକୁ ଅନୁରୋଧ କରିଛନ୍ତି ତାଙ୍କ ଝିଅ ଙ୍କ ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ। ଏହି କ୍ୟାନ୍ସର ପାଇଁ ସେ ବମ୍ବେ ଗଲେ ଭଲ ହୋଇଥିବା କଥା କଟକ ବଡ ମେଡିକାଲ ରେ କହିଛନ୍ତି। ତାଙ୍କର ଏହି କୁନି ଝିଅକୁ ବଞ୍ଚାଇବା ପାଇ ସେ ସରକାରଙ୍କୁ ବ୍ୟାକୁଳ ନିବେଦନ କରିଛନ୍ତି। ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳି ନଥିବା ଆମକୁ କହିଥିଲେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତା ମିଳୁଛି। ଯଦି କେହି ସହୃଦୟ ବ୍ୟକ୍ତି ଅସହାୟକୁ ସାହାଯ୍ୟ କରିବାକୁ ଚାହୁଁଥାନ୍ତି ଏସ ବି ଆଇ ଏ/ସି ନମ୍ବର-୨୦୩୧୭୪୪୭୩୪୯ ଆଇ ଏଫ ଏସ ସି ଏସ ବି ଆଇ ଏନ୦୦୧୩୫୮୭ ଏହି ନମ୍ବରରେ ସାହାଯ୍ୟ କରି ପାରିବେ


