ଧନ୍ୟ ତୁ ଗୁଣ୍ଡୁଚିମୂଷା
ଦୀନବନ୍ଧୁ ନାୟକ
ଗୁଣ୍ଡୁଚିମୂଷା-କ୍ଷୁଦ୍ର ପ୍ରାଣୀଟିଏ, ନିରିହବି । କିନ୍ତୁତା’ ନାଁଟିଶୁଣିଲେ ବା ତାକୁ ଦେଖିଲେ, ସ୍ୱତଃ ଶ୍ରୀରାମଚନ୍ଦ୍ରଙ୍କର ସେତୁନିର୍ମାଣ ଦୃଶ୍ୟଭାସିଉଠେ । ମାତାସୀତାଙ୍କ ସନ୍ଧାନ ପାଇବା ପରେ ଲଙ୍କାକୁ ଯିବା ପାଇଁସେତୁ ନିର୍ମାଣରେ ବାନରସେନା ପ୍ରାଣମୂର୍ଚ୍ଛାଲାଗି ପଡିଛନ୍ତି । ବଡବଡ ପଥରଖଣ୍ଡମାନ ବୋହିଆଣି ନଳନୀଳଙ୍କ ନିକଟରେ ପହଂଚାଇ ଦେଉଛନ୍ତି । ହନୁମାନଜୀ ସେଥିରେ ରାମନାମ ଲେଖି ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ । ପ୍ରଭୁ ଶ୍ରୀରାମଚନ୍ଦ୍ର ଏସବୁ ଦେଖୁଛନ୍ତି । ହଠାତ୍ତାଙ୍କ ଦୃଷ୍ଟିରେ ପଡିଲା ଏଇ କ୍ଷୁଦ୍ର ପ୍ରାଣୀ ଗୁଣ୍ଡୁଚି ମୂଷାଟି । ସମୁଦ୍ର ପାଣିରେ ଡୁବ ମାରୁଛି, ଉଠିଆସି ଶୁଖିଲା ବାଲିରେ ଗଡି ଯାଉଛି । ତା’ ଦେହରେ ଯେତେ ବାଲିଲାଗିଯାଉଛି, ସେତକ ଆଣି ସେତୁଉପରେଝାଡି ଦେଉଛି । ପୁଣି ଯାଇ ଡୁବମାରୁଛି, ଗଡୁଛି, ବାଲିଝାଡୁଛି; ଅନବରତ ଏହିପରିକରିଚାଲିଛି । କୌଣସି ଦିଗକୁଲକ୍ଷ୍ୟ ନାହିଁ । ଏ ଦୃଶ୍ୟ ଦେଖି ପ୍ରଭୁତରଳିଗଲେ । ସ୍ନେହରେଡାକି ପଚାରିଲେ –“ବାବୁରେ! ମୁଁ ଅନେକ ବେଳୁଁଲକ୍ଷ୍ୟକରୁଛି, ତୁଏମିତି କାହିଁକିକରୁଛୁ?” ଗୁଣ୍ଡୁଚିମୂଷା କହିଲା-“ପ୍ରଭୁ! ମୁଁ ତ ବାନରସେନା ପରିବଡବଡ ପଥର ଖଣ୍ଡବୋହି ପାରିବିନି । ମୋ ଦେହରେ ଯେତେ ବାଲିଲାଗିଯାଉଛି, ସେତକ ଆଣିବନ୍ଧରେ ଝାଡିଦେଲେ ସେଗୁଡିକ ତ ଦୁଇପଥର ସନ୍ଧିରେ ଲାଗିଯାଇ ସେଗୁଡିକୁ ବାନ୍ଧିରଖିବ! ଏତେବଡମହତ କାମରେ ମୁଁ ଆଉ କ’ଣ କରିପାରିବି ପ୍ରଭୁ!”
ପ୍ରଭୁ ଆନନ୍ଦରେ ଗଦ୍ଗଦ୍ ହୋଇଗଲେ । ସେ ତ ସବୁରି ଅନ୍ତର ଜାଣନ୍ତି । ଏତେଟିକେ ପ୍ରାଣୀ!ଏତେବଡସେତୁନିର୍ମାଣରେ ସେଯେତେଦୂର ପାରିବ, ସେତେ ସହଯୋଗ କରୁଛି । କେତେ ଶ୍ରଦ୍ଧା, କେତେପ୍ରେମ, କେତେ ସମର୍ପଣଭାବ ସତେତା’ ହୃଦୟରେ ! କି ନିଷ୍ଠାର ସହିତ ସେତା’ର ନିଷ୍କାମ କର୍ମରେ ନିମଗ୍ନ !!“ଧନ୍ୟ-ଧନ୍ୟ ତୁବାବୁ!” କହିଶ୍ରଦ୍ଧାରେ ତାକୁ ଆଉଁଷି ଦେଲେ । ପ୍ରଭୁଙ୍କର ତିନୋଟି ଆଙ୍ଗୁଳିର ତିନୋଟି ଗାରତା’ ପିଠିଉପରେ ପଡିଗଲା । ସ୍ନେହ ଶ୍ରଦ୍ଧାର ସେଗାର ତିନୋଟି ଆଜି ପର୍ଯ୍ୟନ୍ତ ରହିଛି । କାହିଁକେତେ ହଜାରହଜାର ବର୍ଷବିତିଗଲାଣି କଳନା କରିହେଉନାହିଁ, କିନ୍ତୁ ସେଗାର ସେହିପରି ଅବିକଳ ଆଜି ପର୍ଯ୍ୟନ୍ତ ରହିଛି ।
ଗତ ଶତାଦ୍ଧିର ଗୋଟିଏ ଘଟଣାମନେ ପଡିଯାଉଛି । ସ୍ୱାଧୀନତା ସଂଗ୍ରାମ ଜୋର୍ସୋର୍ରେ ଚାଲୁଥାଏ । ମହାତ୍ମାଗାନ୍ଧୀଙ୍କ ଡାକରାରେ ହଜାରହଜାର ନରନାରୀ ଅସହଯୋଗ ଆନ୍ଦୋଳନରେ ସ୍ୱତଃ ପ୍ରବୃତ ହୋଇ ଯୋଗଦାନ କରୁଥାଆନ୍ତି । ବିରାଟ ବିରାଟ ସଭାସମିତି ହେଉଥାଏ । ଏହି ସଭାମାନଙ୍କରେ ଧନୀଗରିବ ନିର୍ବିଶେଷରେ ସମସ୍ତେ ନିଜନିଜଶକ୍ତି ଅନୁସାରେ ସ୍ୱେଚ୍ଛାରେ ଚାନ୍ଦା ଦେଉଥାଆନ୍ତି । ଏହିପରି ଏକ ସଭାରେ କେତେ ବଡବଡ ଧନୀ, ଶେଠ୍ଚାନ୍ଦା ଦେଉଥାଆନ୍ତି । ବୟସ ଭାରରେ ନଇଁ ପଡିଥିବା ବୁଢୀମା ’ଟିଏ ନଇଁ ନଇଁ ଆସିମହାତ୍ମାଙ୍କ ପାଦତଳେ ଅଧଲାଟିଏ ଥୋଇଦେଲା । ସେତେବେଳେ ଟଙ୍କାଙ୍କ ଷୋଳଅଣା, ଅଣାକ ଚାରିପଇସା, ପଇସାକ ଦୁଇ ଅଧଲା ଥାଏ । ବୁଢୀମା’ଟିର ଦାନକୁ ମହାତ୍ମାଗାନ୍ଧୀ ଠିକ୍ ଭାବେବୁଝି ପାରିଥିଲେ ପ୍ରଭୁ ଶ୍ରୀରାମଙ୍କ ପରି । ଅତ୍ୟନ୍ତ ଶ୍ରଦ୍ଧା ସମ୍ମାନର ସହିତ ଅଧଲାଟିକୁ ଉଠାଇ ପାଖରେ ଥିବା ମହାଦେବ ଦେଶାଇଙ୍କୁ ଦେଇ କହିଲେ –“ଏଇ ଅଧଲାଟିକୁ ସ୍ୱତନ୍ତ୍ରଭାବେ ଯତ୍ନ ସହକାରେ ରଖିବ । ଏହା ଶେଠ୍ମାନଙ୍କ ଲକ୍ଷ ଲକ୍ଷ ଟଙ୍କାଠାରୁ ଅଧିକ ମୂଲ୍ୟବାନ ।”
ଦୁଇଟି ଯାକଘଟଣାକୁ ଲକ୍ଷ୍ୟକଲେ ଦେଖାଯାଏ, ଏଠାରେ ପରିମାଣ ନୁହେଁ, ଶ୍ରଦ୍ଧା, ଭକ୍ତି, ପ୍ରେମ, ସମ୍ମାନ, ଆନ୍ତରିକତାର ଗୁରୁତ୍ୱ ରହିଛି । ମହତକାର୍ଯ୍ୟରେ ଅଧଲାଟିଏ, ବାଲିଗରଡାଟିଏ ବାବାଲିକଣାଟିଏ ବିବହୁମୂଲ୍ୟବାନ ହୋଇଥାଏ ।
ତେବେ, ଗୋଟିଏ କଥା ମନକୁ ଆସେ,- ସଦ୍ଭାବନାର ଚେର କେତେଗଭୀରକୁ ଲମ୍ବିଛି! ଏ ସୃଷ୍ଟିରେ କୀଟ ଠାରୁ ଆରମ୍ଭ କରି ବୃହତମ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ପଂଚମ ମହାଭୂତଙ୍କର ପ୍ରପଂଚିକରଣ ଦ୍ୱାରା ଗଠିତ ହୋଇଛନ୍ତି । ମାଟି, ପାଣି, ଅଗ୍ନି, ବାୟୁ ଓ ଆକାଶ ତ ବାହ୍ୟ ପଦାର୍ଥ । ଶ୍ରୀଗୀତା ଏହାକୁ ଅପରା ପ୍ରକୃତି କହିଛନ୍ତି । ପ୍ରତ୍ୟେକ ପ୍ରାଣୀସେମାନଙ୍କ ପ୍ରଜାତି ଅନୁସାରେ ସଂସାରରେ ବଂଚିରହିବା ପାଇଁ ନିଜ ନିଜ ପ୍ରକୃତିଗତବ୍ୟବସ୍ଥା, ଅଭ୍ୟାସ, ଖାଦ୍ୟ ଇତ୍ୟାଦି ଦ୍ୱାରା ପରିଚାଳିତ ହେଉଛନ୍ତି । ଏହା ଜନ୍ମ ଜାତ ବା ସହଜାତ ପ୍ରବୃତି । ଏହା ଦ୍ୱାରା ଜନ୍ମ ପରେ ପରେ ଗାଈର ବାଛୁରିମା’ର ପହ୍ନାଖୋଜେ, ଅଣ୍ଡାରୁବାହାରି ପକ୍ଷୀ ଶାବକଟି କ୍ରମେଉଡିଶିଖେ, ମାଛୁ ଛୁଆଟି ଜଳରେ ପହଁରେ । କିନ୍ତୁ ମୃତ୍ୟୁ ତ ସମସ୍ତଙ୍କ ନିମନ୍ତେ ଧ୍ରୁବସତ୍ୟ । ମୃତ୍ୟୁ ଆସେ ସେତେ ବେଳେ, ଯେତେ ବେଳେ ଏଇ ଅପରାପ୍ରକୃତିରୁ ପରାପ୍ରକୃତିରସତା, ଚେତନ ସତାବାଜୀ ବା ତ୍ମାଶରୀରକୁ ତ୍ୟାଗକରେ ।
ତା’ହେଲେ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଗୁଣ୍ଡୁଚିମୂଷା ପିଠି ଆଉଁଷା ଚିହ୍ନ ତ କେଉଁକାଳରୁ ଲୋପ ପାଇସାରିଥାଆନ୍ତା, ଆଜି ପର୍ଯ୍ୟନ୍ତ ରହିଛିକିପରି ?
ସାଧାରଣତଃ, ଆମେ ପ୍ରଥମେ ଯାହାଚିନ୍ତାକରୁଁ, ପରେ ତାହାକୁ କାର୍ଯ୍ୟରେ ପରିଣତକରୁଁ । ଏଇ ଚିନ୍ତାଟି ଭିତରେହୁଏ, ହୁଏତ ମନସ୍ତରରେ ବା ବୁଦ୍ଧିସ୍ତରରେ ବା ଆହୁରି ଗଭୀରରୁ । ଅହଁକାର ସବୁଠାରେ ଥାଏ, କାରଣ ଅହଂକାର ନ ରହିଲେ କାମ କରିହେବନି । ଗୁଣ୍ଡୁଚି ମୂଷାର ଚିହ୍ନ ଏ ସ୍ତର ଗୁଡିକରୁ ଆହୁରିଗଭୀର, ସେଇଥି ପାଇଁ ତାହା ଆଜି ପର୍ଯ୍ୟନ୍ତ ରହିଛି । ପଂଚ ମହା ଭୂତ, ମନ, ବୁଦ୍ଧି, ଚିତ, ଅହଂକାରକୁ ଅତିକ୍ରମ କରିଗଲେ ଜୀବାତ୍ମା, ଚୈତ୍ୟସତା, ଦିବ୍ୟସତାଙ୍କ ଦର୍ଶନ ମିଳେ । ମନେ ହୁଏ, ଗୁଣ୍ଡୁଚି ମୂଷାର ଶ୍ରଦ୍ଧା, ପ୍ରେମ, ଭକ୍ତି, ନିଷ୍ଠାତା’ର ଆତ୍ମା ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି । ତେଣୁ ଅପରା ପ୍ରକୃତିର ଯେତେ ଯାହା ପରିବର୍ତନ ହେଲେ ମଧ୍ୟ ମୂଳଟି ଦିବ୍ୟ ସତା ସହ ଯୋଡି ହୋଇ ରହିଥିବାରୁ ତାହା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣରହିଛି । ଆଧୁନିକ ବୈଜ୍ଞାନିକ ଭାଷାରେ କହିଲେ, ଗୁଣ୍ଡୁଚି ମୂଷାର ପ୍ରେମ ଭକ୍ତିତା’ର ଅସ୍ଥିମଜ୍ଜାଗତ କେବଳ ନୁହେଁ, ତା’ରଜୀନ୍ ପର୍ଯ୍ୟନ୍ତ ଲମ୍ବି ଯାଇଛି ।
ଯୁକ୍ତି କରାଯାଇ ପାରେ, ଗୋଟିଏ ଗୁଣ୍ଡୁଚି ମୂଷା ତ ଏହାକରି ପାରିଥିଲା! ସବୁ ଗୁଣ୍ଡୁଚି ମୂଷାଙ୍କ ପିଠିରେ ଏ ଚିହ୍ନ ରହିଲାକିପରି ? ଉତରରେ କୁହାଯାଇପାରେ, ପ୍ରଭୁସର୍ବସମର୍ଥ । ସେ ତ ପ୍ରେମମୟ, ଦୀନବନ୍ଧୁ, କୃପାସିନ୍ଧୁ, କରୁଣାସାଗର । ଗୁଣ୍ଡୁଚିମୂଷା ପ୍ରତିତାଙ୍କର ପ୍ରେମସମଗ୍ରଜାତି ପ୍ରତି ପ୍ରସରି ଯାଇଥିବ, ସଂଚରିତ ହୋଇ ଯାଇଥିବ । ତେଣୁ ସେଜାତି ଥିବା ପର୍ଯ୍ୟନ୍ତ ଏ ପବିତ୍ର ଚିହ୍ନ ରହିଥିବ । ଅଧିକନ୍ତୁ, ପ୍ରଭୁଙ୍କର ସ୍ନେହ, ଶ୍ରଦ୍ଧା, ଆଦର, କୃପା, କରୁଣା ଏତେ ଗଭୀର ଥିଲା ଯେ ତାହା ଚିରଦିନ ନିମନ୍ତେ ରହିଯାଇଛି । ଧନ୍ୟ ପ୍ରଭୁ! ଧନ୍ୟ ତୁମକୃପା, ଭକ୍ତ ବତ୍ସଳତା! ଆଉ ଧନ୍ୟ ତୁ ଗୁଣ୍ଡୁ ଚିମୂଷା !
ଟିକେ ଅଟକି ଯାଇ ଭାବି ବାକି! ଯଦି ଗୁଣ୍ଡୁଚିମୂଷା ପରିକ୍ଷୁଦ୍ର ପ୍ରାଣୀଟିଏ ପ୍ରଭୁଙ୍କର ଏପରି କୃପା ଲାଭ କରିପାରେ, ତେବେ, ଏବେ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ବୋଲି ଡିଣ୍ଡିମ ପିଟୁଥିବା ଆମେ ମଣିଷ ମାନେ ଗୁଣ୍ଡୁଚି ମୂଷାର ପ୍ରେମ ଭକ୍ତି ଆମମାନଙ୍କ ଅନ୍ତରରେ ସ୍ଥାପନ କରିପାରିବା ନାହିଁ ? ମହତକାମରେ ଗୁଣ୍ଡୁଚି ମୂଷା ପରି ବାଲିକଣାଟିଏବାବୁଢୀମା’ଟି ପରି ଅଧଲାଟିଏଯୋଗଦାନ କରି ପାରିବା ନାହିଁ?
ସା :ତରାପୁର, ପୋ : ଲକ୍ଷ୍ମୀନଗର,
ଜିଲ୍ଲା: ଯାଜପୁର ।
ମୋ :୯୯୩୭୫୯୩୪୯୩


