କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡକୁ ନେଇ ବଢିଲା ଅଡୁଆ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଭୁବନେଶ୍ବରର ନିକାଞ୍ଚ ଅଂଚଳରୁ ଠାବ ହୋଇଛି ଶର୍ମିଷ୍ଠାଙ୍କ ଏହି କାର । ଏହି କାରରେ ମାନସଙ୍କୁ ଅପହରଣ କରାଯାଇଥିଲା । ପରେ ଗାଡିଟିକୁ ଲୁଚାଇ ଦିଆଯାଇଥିଲା । ସେପଟେ ଶର୍ମିଷ୍ଠାଙ୍କ ଅଫିସରେ ପହଞ୍ଚିଛି ଚାନ୍ଦବାଲି ଥାନା ପୋଲିସ ।କାଚଭାଙ୍ଗି କିଛି ଗୁରୁତ୍ୱପୂର୍ଣ୍ଣ କାଗଡପତ୍ର ଜବତ କରିଛି ପୋଲିସ । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବରଙ୍କୁ ଚାନ୍ଦବାଲି ଥାନା ପୋଲିସର ଗୋଟିଏ ଟିମ ଗିରଫ କରି କୋର୍ଟ ଫରୱାର୍ଡ କରିଛି । ଅନୁମାନ କରାଯାଉଛି ଶର୍ମିଷ୍ଠା ଏବେ କେଉଁଠି ଅଛନ୍ତି ସେ ସମ୍ପର୍କରେ କିଛି ତଥ୍ୟ ପୋଲିସକୁ ଦେଇଛି ପରମେଶ୍ବର । ଏହାରି ଭିତରେ ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ପୋଲିସ ଡିଜି । ଜଣେ ଡିଏସପି ପାହ୍ୟାର ଅଫିସରଙ୍କ ନେତୃତ୍ବରେ ୯ଜଣିଆ ୨ଟି ଟିମ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । କୁଆଡେ ଗଲା ମାନସଙ୍କ ମେମୋରି ଚିପ ? ଏହି ଚିପକୁ ନେଇ ତନାଘନା । ଏହି ଚିପ ଭିତରେ ଅଛି ଭାନୁମତି ପେଡି । ଯାହା ଖୋଲିଗଲେ, ରାଜ୍ୟ ରାଜନୀତିରେ ବଡ ହଲଚଲ ହୋଇଯିବ କି ? ଏହି ଚିପରେ କିଛି ବଡବଡିଆଙ୍କ ସତ ଲୁଚି ରହିଛି କି ? ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଗଲା । ଚିପ ମିଳିଗଲେ ପଦାରେ ପଡିଯିବ କି ମନ୍ତ୍ରୀଙ୍କ ଭିତିରିକଥା ? ମୃତ ମାନସଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ପୂର୍ବରୁ କହିସାରିଛନ୍ତି, ଆଇନମନ୍ତ୍ରୀ ପ୍ରତାପ ଜେନା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଅଛନ୍ତି ଏହି ହତ୍ୟାକାଣ୍ଡରେ । ସେପଟେ ଶର୍ମିଷ୍ଠାଙ୍କ ଶାସୁ ଦେଇଛନ୍ତି ଚାଂଚଲ୍ୟକର ବୟାନ । ମୋବାଇଲ ଫୋନରେ ଭିଡିଓ କଲ କରି ଜଣେ ବିଧାୟକଙ୍କ ସହିତ କଥା ହେଉଥିଲେ ଶର୍ମିଷ୍ଠା । ଯେଉଁଥିରୁ ଅନୁମାନ କରାଯାଉଛି ବଡବଡିଆଙ୍କ ସହିତ ସୱୁବେଳେ ଲିଙ୍କରେ ଥିଲେ ଶର୍ମିଷ୍ଠା । ଏବେ ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ସେମାନଙ୍କର ହାତ ନାହିଁ ତ ? ଏବେ ବଡ ପ୍ରଶ୍ନ, ଏହି ୨ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବ ତ କ୍ରାଇମବ୍ରାଞ୍ଚ ? ଏହି ପ୍ରଶ୍ନ ସେଥିପାଇଁ ଉଠିଛି, କାରଣ ପୂର୍ବରୁ କ୍ରାଇମବ୍ରାଂଚ ଏମିତି ମାମଲାରେ ବଡବଡିଆଙ୍କୁ ଦେଇସାରିଛି କ୍ଲିନଚିଟ । ମମିତା ମେହେର ହତ୍ୟା ମାମଲା ହେଉ ଅବା ପରି ଘଟଣା, କ୍ରାଇମବ୍ରାଚର ଭୂମିକାକୁ ନେଇ ସେତେବେଳେ ମଧ୍ୟ ତିଆରି ହୋଇଥିଲା ଦ୍ବନ୍ଦ୍ବ । ଏବେ ଇମବ୍ରାଚ ଢାଲ ହୋଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବ ନାହିଁ ତ ? ନିରଞ୍ଜନ ସେଠୀ, ପ୍ରଦାପ ଜେନା ଏବଂ ଦିବ୍ୟଶଙ୍କରଙ୍କ ନାଁ ଉଠିବା ପରେ ଆଉ କେଉଁ ବଡବଡିଆଙ୍କ ନାଁ ଉଠିବ ଏହି ହତ୍ୟା ଘଟଣାରେ ତା ଉପରେ ସମସ୍ତଙ୍କ ନଜର । ଶର୍ମିଷ୍ଠା ଗିରଫ ହେବା ପରେ ଏହାର ଗୁମର ଫିଟିବ କି ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ