କ୍ୟାଲେଣ୍ଡର ବର୍ଷ ଓ ଆର୍ଥିକ ବର୍ଷ
ନୂଆଦିଲ୍ଲୀ, (ଏଜେନ୍ସି): ଆଜି ଠାରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ହୋଇଛି । ଅଧିକତର ଆର୍ଥିକ କାର୍ଯ୍ୟ ଯେପରି କର୍ପୋରେଟ୍ ଫଳାଫଳ ଓ ଟିକସ ପ୍ଲାନିଂ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ କାହିଁକି କ୍ୟାଲେଣ୍ଡର ବର୍ଷ (ଜାନୁଆରୀରୁ ଡିସେମ୍ବର) ଓ ଆର୍ଥିକ ବର୍ଷର ଭିନ୍ନ ଭିନ୍ନ ତାହାକୁ ନେଇ ଏକ ଇତିହାସ ରହିଛି । ଇତିହାସ ଅନୁସାରେ ଏପ୍ରିଲ୍-ମାର୍ଚ୍ଚ ଆର୍ଥିକ ବର୍ଷକୁ ଭାରତରେ ୧୮୬୭ରେ ବ୍ରିଟିଶ (ଇଷ୍ଟ ଇଣ୍ଡିଆ କମ୍ପାନୀ)ଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା । ସେମାନେ ଆକାଉଣ୍ଟିଂର ଗ୍ରେଗୋରିୟନ୍ କ୍ୟାଲେଣ୍ଡର ସିଷ୍ଟମକୁ ଅନୁସରଣ କରି ଏହାକୁ ପ୍ରଚଳନ କରିଥିଲେ । ଏହା ପୂର୍ବରୁ ଭାରତରେ ମଇ ୧ଠାରୁ ୩୦ଏପ୍ରିଲ୍ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ଚାଲିଥିଲା । ସ୍ୱତନ୍ତ୍ରତା ପରେ ଏପ୍ରିଲ୍-ମାର୍ଚ୍ଚ ଆର୍ଥିକ ବର୍ଷକୁ ବଳବତ୍ତର ରଖାଯାଇଥିଲା ।
ତେବେ ଭାରତରେ ଅନେକ ଥର ଆର୍ଥିକ ବର୍ଷରେ ପରିବର୍ତ୍ତନ କରିବା ସମ୍ବନ୍ଧରେ ଚିନ୍ତା କରାଯାଇ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ୧୯୮୪ରେ ଏହି ମାମଲାରେ ବିଚାର ବିମର୍ଷ ପାଇଁ ଏଲକେ ଝା କମିଟିର ଗଠନ ହୋଇଥିଲା । ଏବଂ ଏହା ଜାନୁଆରୀ ଠାରୁ ଆର୍ଥିକ ବର୍ଷ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲା । ହେଲେ ସରକାର ଏହା ଉପରେ କୌଣସି ବିଶେଷ ଧ୍ୟାନ ଦେଇନଥିଲେ । ଫଳରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ସରକାର ଚିନ୍ତା କରିଥିଲେ ଯେ ଆର୍ଥିକ ବର୍ଷ ବଦଳିବା ଦ୍ୱାରା ବଡ଼ ଧରଣର ପରିବର୍ତ୍ତ ହେବ । ସେହିପରି ଏପରି କରିବା ଦ୍ୱାରା ଟିକସ ଆଇନ୍ ଓ ସିଷ୍ଟମରେ ସୁଧାର କରାଯିବା ସହିତ ଡାଟା କଲେକ୍ସନ୍ରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ ବର୍ତ୍ତମାନର କେନ୍ଦ୍ର ସରକାର କ୍ୟାଲେଣ୍ଡର ବର୍ଷ ସହିତ ଆର୍ଥିକ ବର୍ଷ ଆରମ୍ଭ କରିବା ସପକ୍ଷରେ ଇଚ୍ଛା ପ୍ରକାଶ କରିଛନ୍ତି । ୨୦୧୬ରେ କେନ୍ଦ୍ର ସରକାର ପୂର୍ବତନ ମୁଖ୍ୟ ଆର୍ଥିକ ଉପଦେଷ୍ଟା ଶଙ୍କର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତା ଯୁକ୍ତ ଉଚ୍ଚସ୍ତରୀୟ କମିଟି ଗଠିତ କରିଛନ୍ତି । ଏହି କମିଟିକୁ ଆର୍ଥିକ ବର୍ଷକୁ ଜାନୁଆରୀ ୧ଠାରୁ ଆରମ୍ଭ କରିବାରେ ହେଉଥିବା ସମ୍ଭାବନାକୁ ଅଧ୍ୟୟନ ପାଇଁ ଗଠନ କରାଯାଇଥିଲା । କମିଟି ୨୦୧୬ରେ ହିଁ ନିଜ ରିପୋର୍ଟ ସବ୍ମିଟ କରିଛନ୍ତି । ସେବେଠାରୁ ଏଯାବତ୍ ଏହା ଉପରେ ବିଚାର ବିମର୍ଷ ଚାଲିଛି । ପରିବର୍ତ୍ତନ ପାଇଁ ଯେଉଁ କାରଣ ଦର୍ଶାଯାଇଛି, ସେଥିରେ ବର୍ତ୍ତମାନର ସିଷ୍ଟମକୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବିନା ତଥା ଭାରତୀୟ ଅଧିକାରୀଙ୍କ ସୁବିଧା ଆଦି ସାମଲି ଥିବା ବେଳେ ଏହାକୁ ଧ୍ୟାନ ନଦେଇ ଚୟନ କରାଯାଇଥିଲା । ଏତ୍ଦବ୍ୟତୀତ ଏହା ଇଣ୍ଟରନ୍ୟାସ୍ନାଲ୍ ସିଷ୍ଟମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୨୦୧୭ରେ ସରକାର ୟୁନିଅନ୍ ବଜେଟ୍ ଉପସ୍ଥାପନ କରିବାର ସମୟ ମଧ୍ୟ ଫେବ୍ରୁଆରୀର ଅନ୍ତିମ ଦିନ ପରିବର୍ତ୍ତେ ଏହାର ପୂର୍ବ ସପ୍ତାହରେ କରିଥିଲେ ।