କ୍ୟୁରେସି ମହଲା ସର୍ଦ୍ଦାର ସେକ ଫଜଲୁ ରହେମାନଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର କ୍ୟୁରେସିମହଲା ମୁସଲିମ ବସ୍ତିର ସର୍ଦ୍ଦାର ସେକ ଫଜଲୁ ରହେମାନଙ୍କର ୮୨ବର୍ଷ ବୟସରେ ସୋମବାର ସକାଳେ ବିୟୋଗ ହୋଇଯାଇଛି । ସେ ଦୀର୍ଘ ୪୦ବର୍ଷ ଧରି ସର୍ଦ୍ଦାର ଭାବେ ସଫଳତାର ସହିତ ସେ କାର୍ଯ୍ୟ କରିଆସୁଥିଲେ । ଜଣେ ପରୋପକାରୀ ଓ ମିଷ୍ଟଭାଷି ବ୍ୟକ୍ତି ଭାବେ ସେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନଭାଇ ବିଜେଡି ଜିଲ୍ଲା ସଂଖ୍ୟା ଲଘୁ ସେଲର ସଭାପତି ସେକ ମହମ୍ମଦ ଇନାୟତ(ଚନ୍ଦନ), ସେକ ରାଜନ, ସେକ ଫର୍ଜନ, ସେକ ଲାଲାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ ଇଦଗା ପଡିଆରେ ରଖାଯାଇ ଜନାଜା କରାଯିବା ପରେ ନୂଆ ଇଦଗା ନିକଟସ୍ଥ କବରସ୍ତାନରେ ତାଙ୍କୁ କବର ଦିଆଯାଇଥିଲା । ମୃତ୍ୟୁ ଖବର ପାଇ କେନ୍ଦ୍ରାପଡା ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଅବଦୁଲ ସଲିମ ଖାଁ, ମୀର ସଫିକ, ସବିର ଖାନ, ସେକ ମୁସ୍ତାକିମ, ସବିର ହୋସେନ, ଅବଦୁଲ ମୁକ୍ତାର, ସେକ ଗୋଫ୍ରାନ ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ