କ୍ୱାରାଣ୍ଟାଇନ ସେଣ୍ଟରରୁ ଅନ୍ତେବାସୀଙ୍କ ୩୦ହଜାର ଟଙ୍କା ସହ ବହୁ ସାମଗ୍ରୀ ଚୋରି

ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ଶ୍ରୀହରିହରେଶ୍ୱର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଗୁରୁବାର ରାତିରେ ଜଣେ ଅନ୍ତେବାସୀଙ୍କ ବ୍ୟାଗ ଚୋରି ହୋଇଛି। ଚୋରିର ଶିକାର ବ୍ୟକ୍ତିଜଣଙ୍କ ହେଲେ ଛତ୍ରପୁର ବ୍ଲକ ନୂଆପଲ୍ଲୀ ଗାଁର ଝଡ଼ିଆ ଗୌଡ଼ । ଉକ୍ତ ବ୍ୟାଗରେ ୩୦ ହଜାର ଟଙ୍କା, ମୋବାଇଲ, ପୋଷାକ, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଥିବା ଅଭିଯୋଗରେ ଦର୍ଶାଯାଇଛି। ଝଡିଆ ସୁରଟରୁ ଗୁରୁବାର ଫେରି ଉକ୍ତ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଥିଲେ। ରାତିରେ ଶୋଇଥିବା ବେଳେ ତାଙ୍କର ଏକ ବ୍ୟାଗ ଚୋରି ହୋଇଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଛତ୍ରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକରି ଫେରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ