କ୍ୱାରେଂନଟାଇନ ଗୃହରେ ବଇଶିଁ ବଜାଇ ସଚେତନ କରିଲେ ପ୍ରବାସୀ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା କ୍ୱାରେଂନଟାଇନ ଗୃହ ଗୁଡିକରେ ପ୍ରବାସୀମାନେ ଭିନ୍ନ ଭିନ୍ନ ପ୍ରକାର କାମ କରି ୧୪ ଦିନ ବିତାଉଥିଲେ । ଏଥି ମଧ୍ୟରୁ ଏକ ଭିନ୍ନ ପ୍ରକାର ସଚେତନତା କରିଥିଲେ ମରୁଲି ଖୋସଲ୍ୟା । ସେ ଲୁହାଗୁଡି କ୍ୱାରେଂନଟାଇନ ଗୃହରେ ସମସ୍ତ ପ୍ରବାସୀଙ୍କ ସହ ମିଳି ମିଶି ରହି ବଂଶି ବଜାଇ ଆନନ୍ଦ ଦେଉଥିଲେ । ନିଜ କଳା ପରିବେଶଣ କରି ଖୁସି ଯୋଗାଇ ଥିଲେ ବୋଲି ଭିତରେ ପ୍ରବାସୀମାନେ କହିଛନ୍ତି । ମୁରଲୀ ୨୧ ଦିନ ରହିବା ପରେ ଆଜି ଘରକୁ ଯିବାକୁ ନିର୍ଦ୍ଧେଶ ମିଳିଛି ଘରକୁ ଯାଇ ଆଉ ୭ ଦିନ ଘରେ ରହିବା ପାଇଁ ସରକାର ନିର୍ଦ୍ଧେଶ କରିଥିବା ବେଳେ ସମସ୍ତ ଭାଇ ଭଉଣୀମାନଙ୍କୁ ସେ କରୋନା ରୋଗରୁ ରକ୍ଷା ପାଇବା ପାଇଁ ସଚେତନତାର ବାର୍ତା ଦେଇଛନ୍ତି । ମୁରଲି ବାଲୁଗାଁରେ କାମ କରିବାକୁ ଶ୍ରମିକଭାବେ ଯାଇଥିବା ବେଳେ ଲକଡାଉନରେ ଫସି ରହିଥିଲା । ପଇସା ପତର ସରିଜିବା ପରେ ନିଜ ଗାଁ ଅଭିମ୍ମୁଖେ ଚାଲି ଚାଲି ଫେରୁଥିବା ବେଳେ କମଳାପୁର ନାକାରେ ସୁରକ୍ଷା କର୍ମିମାନେ ତାଙ୍କୁ ଅଟକାଇ ଲୁହାଗୁଡି ହାଇସ୍କୁଲ ସ୍ଥିତ କ୍ୱାରେଂନଟାଇନ ଗୃହକୁ ପଠାଯାଇଥିଲା । ସେଠାରେ ୨୧ ଦିନ ରହିବା ପରେ ପ୍ରଶାସନ ଦ୍ୱାରା ବନ୍ଧୋବସ୍ତ ଏକ ଗାଡିରେ ଗାଁ କୁ ଫେରିଛନ୍ତି । ଫେରିବା ସମୟରେ ସରକାରୀ କର୍ମଚାରି, କରୋନା ଯୁଦ୍ଧାମାନଙ୍କୁ ବଂଶୀ ବଜାଇ ସଚେତନତା ସହ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପ୍ରଶାସନକୁ ।