କ.ନୂଆଗାଁ କ୍ରିକେଟ ପ୍ରିମିୟର୍ ଲିଗ୍ ଉଦଯାପିତ 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଗହିଙ୍ଗିଆ ଖେଳ ପଡିଆ ଠାରେ ତିନି ଦିନିଆ ଆଠ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାରିଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳରୁ ଆଠ ଜଣ ଲେଖାଏଁ ନିଷ୍ପତ୍ତି ହୋଇଥିଲା । ଫାଇନାଲ ମ୍ୟାଚ ରେ ଏଇଟ କୋମାଣ୍ଡୋ ଓ କେପ୍ କୋବ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିତି କେପ୍ କୋବ୍ରା ଆଠ ଓଭର ରେ ୫୨ ରନ ସଂଗ୍ରହ କରିଥିଲା । ଏଇଟ୍ କୋମାଣ୍ଡୋ ଆଠ ଓଭର ରେ ୩୭ ରନ କରିବାରୁ ୧୫ ରନ୍ ରେ ପରାଜିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ବଡ଼ ଖବର ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡା,  ସମ୍ମାନୀତ ଅତିଥି ଭାବେ ଚନ୍ଦନ ସାହୁ,ବାବୁ ମଲିକ, ଅରବିନ୍ଦ ସାହାଣି ଓ ଗୋପାଳ ନାୟକ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ୫୦୦୦ ଟଙ୍କା ସହ ସିଲ ଓ ରନର୍ସ ଦଳକୁ ୩୦୦୦ ଟଙ୍କା ଓ ସିଲ୍ ପ୍ରଦାନ କରିଥିଲେ । ଏହି ମ୍ୟାଚକୁ  ରାକେଶ କୁମାର ଜେନା ଆୟୋଜନ କରିଥିବା ବେଳେ ଲକ୍ଷ୍ମଣ କୁମାର ଅମାୟତ ଓ ରାଜେଶ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ