ଭୂମିହୀନଙ୍କ ପାଇଁ ଜମି ଚିହ୍ନଟ କରାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧ନମ୍ବର ୱାର୍ଡର ଶ୍ୟାମଗୁଡିଆ ଗ୍ରାମର ବାସୀନ୍ଦାମାନେ ଆଜି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭୂମିହୀନଙ୍କୁ ଯୋଗାଇ ଦିଆଯାଇଥିବା ପଟ୍ଟା ଅନୁଯାୟୀ ଜମି ଚିହ୍ନଟ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସେମାନଙ୍କୁ ୫ବର୍ଷ ତଳେ ଭୂମିହୀନ ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଗୃହ ନିର୍ମାଣ ପାଇଁ ସହରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ଜମିର ପଟ୍ଟା ଅନୁଯାୟୀ ସଂପୃକ୍ତ ଜମିକୁ ଚିହ୍ନଟ କରାଯାଉନାହିଁ । ସେମାନେ ଏକାଧିକ ଥର ପୈାରସଂସ୍ଥା କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନୟାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ଜମିକୁ ଚିହ୍ନଟ କରାଗଲା ନାହିଁ । ଅପରପକ୍ଷରେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ପାଇଁ ସେମାନେ ରହୁଥିବା ଘରକୁ ଭାଙ୍ଗିବାକୁ ଯାଉଥିବା ବେଳେ ସେମାନେ ପିଲାଛୁଆକୁ ନେଇ କୋଉଠି ମୁଣ୍ଡ ଗୁଞ୍ଜିବେ ବୋଲି ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଶ୍ୟାମସୁନ୍ଦର ମହାରଣା, ଶାନ୍ତିଲତା ବେହେରା, କାହ୍ନୁ ଚରଣ ବେହେରା, ଗୀତାଞ୍ଜଳି ପାତ୍ର, ରେବତୀ ଦାସ, ପ୍ରମିଳା ଦାସ, ସବିତା ଦାସ, ମିନତୀ ବେହେରା, ସରସ୍ୱତୀ ସେଠୀ, ଅଜୟ ମହାନ୍ତି, ନଳିନୀ ପାତ୍ର, ମଞ୍ଜୁଲତା ପରିଡା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ