ଖଜୁରୀପଡା ବ୍ଲକ : ଦଶମ ପରୀକ୍ଷା ଫଳ: ଛାତ୍ରୀଙ୍କ ସଫଳତା ହାର ଅଧିକ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଖଜୁରୀପଡା ସରକାରୀ ଉଚ୍ଚ ବିଦ୍ୟାଳୟର ଫଳାଫଳରେ ଛାତ୍ର ମାନଙ୍କୁ ପଛରେ ପକାଇ ୩ ଜଣ ଛାତ୍ରୀ ଏ-୧ ସ୍ଥାନ ଅଧିକାର କରିଛନ୍ତି। ସର୍ବାଧିକ ନମ୍ବର ୫୬୧ ହ୍ରିଷିକା ମଲିକ ରଖିଥିବା ବେଳେ ଦିତୀୟ ସ୍ଥାନରେ ଜୟଶ୍ରୀ ଦାସ ୫୫୧ ଏବଂ ତୃତୀୟ ସ୍ଥାନରେ ପ୍ରୀୟଦର୍ଶିନୀ ବେହେରା ୫୪୯ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ସେହିଭଳି ୨୭ ଜଣ ଛାତ୍ରଛାତ୍ରୀ ଏ-୨, ୯୧ ଜଣ ଛାତ୍ରଛାତ୍ରୀ ବି-୧, ଏବଂ ୨୧ ଜଣ ଛାତ୍ରଛାତ୍ରୀ ବି-୨ରେ ସଫଳତା ହାସଲ କରିଥିବା ବେଳେ ସି-୧ରେ ଜଣେ ସଫଳତା ହାସଲ କରିଛନ୍ତି । ସେହିଭଳି ଲେମ୍ବୁ ବଗିଚା ବାଳିକା ଆଶ୍ରମ ବିଦ୍ୟାଳୟରେ ୫ ଜଣ ଛାତ୍ରୀ ଏ-୨ ରେ ସଫଳତା ହାସଲ କରିଥିବା ବେଳେ ୫୩ ଜଣ ଛାତ୍ରୀ ବି-୧ ଓ ୨୧ ଜଣ ଛାତ୍ରୀ ବି-୨ ଏବଂ ୨ ଜଣ ଛାତ୍ରୀ ସି ଶ୍ରେଣୀରେ ସଫଳତା ହାସଲ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସମସ୍ତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଭଲ ଫଳାଫଳ ହାସଲ କରି ଦଶମ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ବେଳେ ଅନେକ ବିଦ୍ୟାଳୟରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ପାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ କୁମାର ଦିଗାଲ ସୁଚନା ଦେଇଛନ୍ତି। କୋଭିଡ ମହାମାରୀ କାରଣରୁ ଶିକ୍ଷା ଗ୍ରହଣ ବାଧାପ୍ରାପ୍ତ ହୋଇଥିବା ବେଳେ ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ବହୁ କଷ୍ଟରେ ପାଠପଢୁଥିବା ଦେଖିବାକୁ ମିଳୁଥିଲା । ନଚେତ୍ ଆହୁରି ଅଧିକ ସଫଳତା ମିଳିଥାନ୍ତା ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମତ ଦେଇଛନ୍ତି । ଖଜୁରୀପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଏ-୧ ରେ ସଫଳତା ହାସଲ କରି ଗୌରବ ଆଣିଥିବା ବେଳେ ଏଥିପାଇଁ ସେମାନେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବାପାମାଆ ମାନଙ୍କୁ ଶ୍ରେୟ ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ