ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ପକ୍ଷରୁ ବନ ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ମଡର୍ଣ୍ଣ ପବ୍ଲିକ ସ୍କୁଲ ପକ୍ଷରୁ ବନ ମହୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସ୍କାଉଟ୍ ଓ ଗାଇଡ କ୍ୟାଡେଟମାନେ ଅଂଶଗ୍ରହଣ ସହ ବୃକ୍ଷରୋପଣ କରିଥିଲେ । ସ୍କୁଲର ଶିକ୍ଷକ ସିଦ୍ଧାନ୍ତ ଜେନା ଓ ଶିକ୍ଷୟତ୍ରୀ ପଲ୍ଲବୀ ପ୍ରଧାନଏଥିରେ ଉପସ୍ଥିତ ରହି ବନ ମହୋତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପରିବେଶର ସନ୍ତୁଳନ ରକ୍ଷା ପାଇଁ ପ୍ରତ୍ୟେକ ସ୍ତରରୁ ବୃକ୍ଷ ରୋପଣ ନିମେନ୍ତ ଉଦ୍ୟମ କରିବାକୁ ଶିକ୍ଷକ ଶିକ୍ଷୟତ୍ରୀମାନେ ପରାମର୍ଶ ଦେଇଥିଲେ । ସ୍କୁଲର ସ୍କାଉଟ ଗାଇଡ ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀ, ସ୍କାଉଟ ମାଷ୍ଟର ଜୟନ୍ତ ପରିଡା, ଶିକ୍ଷକ ଶଞ୍ଜିବ ମହାନ୍ତି ଓ ରତିକାନ୍ତ ଗିରି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବନ ମହୋତ୍ସବ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ