ଖଣ୍ଡଦେଉଳି ଗ୍ରାମରେ ଘରୁ ନାଗ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ବିଜାତଳା ବ୍ଳକର ବଣକାଟି ପଞ୍ଚାୟତରର ଖଣ୍ଡଦେଉଳି ଗ୍ରାମର ଜଳନ୍ଧର ପାତ୍ରଙ୍କ ଘରେ ପଶି ୫ଫୁଟ ଲମ୍ବର ଏକ ନାଗସାପ ସଁ ସଁ କରୁଥିଲା ।ଘର ଲୋକେ ଡରିମରି ବନ ବିଭାଗକୁ ଜଣାଇଥିଲେ ।ବନ ବିଭାଗର ସ୍ନେକ ହେଲ୍ପ ଲାଇନର ଦ୍ବାରା ଏକ ଘଣ୍ଟା ଭିତରେ ଆକ୍ରାନ୍ତ ପରିଶ୍ରମ କରି ନାଗକୁ କାବୁ କରିଥିଲେ ।ପରେ ତାକୁ ନେଇ ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ଜଙ୍ଗଲରେ ଛାଡି ଦିଆଯାଇଥିଲ।