ନଦୀରେ ବୁଡି ବୃଦ୍ଧାଙ୍କ ସଲିଳ ସମାଧି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ଗାଁର ଜନୈକ ବୃଦ୍ଧା ମଙ୍ଗଳବାର ଦିନ ଶୌଚ କରିବାକୁ ଯାଇ ଗାଁ ପାଖ ଦେଇ ବହି ଯାଇଥିବା ଖଡଡଖାଈ ନଦୀରେ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି । ଗାଁ ଲୋକେ ଉଦ୍ଧାର କରି ରାଇରଙ୍ଗପୁର। ହସ୍ପିଟାଲକୁ ପହଞ୍ଚାଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ଯେ ବହଳଦା ବ୍ଲକର ଜିଲ୍ଲାର ଜୟ କୁଣ୍ଡଙ୍କୁ ପତ୍ନୀ କନକ କୁଣ୍ଡୁ(୫୫) ସ୍ୱାମୀଙ୍କ ଦେହାନ୍ତ ପରେ ବାପଘର ତାମଳବନ୍ଧ ଗାଁରେ ଆସି ରହୁଥିଲେ ।


