ଖଣ୍ଡଦେଉଳି ସରକାରୀ ନୋଡାଲ ହାଇସ୍କୁଲରେ ବନ ମହୋତ୍ସବ
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୩ତମ ବନମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼. ଶଙ୍କର ନାରାୟଣ ବେଜ଼ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ମୁଖ୍ୟ ବକ୍ତାଭାବେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ , ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ପ୍ରତିନିଧି ଗଗନ ସ୍ବାଇଁ, ଶିକ୍ଷାବିତ ପ୍ରକୃତିବନ୍ଧୁ ବିଜୟ କୁମାର ବିଶ୍ୱାଳ, ପୁର୍ବତନ ସରପଞ୍ଚ ବଂଶୀଧର ଗୌଡ଼, ସ୍କୁଲ କମିଟି ସଭାପତି ରାମଜେନା ପ୍ରମୁଖ ଯୋଗଦେଇ ଅଧୁନା ସମାଜରେ ଦେଖା ଦେଇଥିବା ପରିବେଶ ଜନିତ ପ୍ରଦୂଷଣ ,ଜଳବାୟୁ ପ୍ରଦୂଷଣ ,ବିଶ୍ୱ ତାପନ ବୃଦ୍ଧି ,ଓଜନ ସ୍ତରର ଅବକ୍ଷୟ ,ଏସିଡ଼ ବର୍ଷା,ମୃତ୍ତିକା କ୍ଷୟ ଭଳି ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏଥିରୁ ରକ୍ଷା ପାଇବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ ବିଦ୍ୟାଳୟର ଶିକ୍ଷକବିଘ୍ନରାଜ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ବନିତାଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ସଭା ପରେ ପରେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସଂଗେ ସଂଗେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବାଉରୀ ଗୌଡ଼, ଉଲ୍ଲାସ ଜେନା ଙ୍କ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥଲେ ।