ନରେନ୍ଦ୍ରପୁର ଠାରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜନସାଧାରଣଙ୍କୁ ରାଜସ୍ୱ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ଆଜି ସ୍ଥାନୀୟ ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିର୍ଶ୍ର୍ ତତ୍ତ୍ୱାବଧାନ ମୋ ଗାଁ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା, ମ୍ୟୁଟେସନ , ଇ-ପାଉଚି , ଗ୍ରାମକଣ୍ଠକ ଭଳି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଗୁଡିକ ସମ୍ପର୍କରେ ଉପସ୍ଥିତ ହିତାଧିକାରୀଙ୍କୁ ସଚେତନତା କରାଯିବା ସହ ପ୍ରାୟ ୬୦ଜଣଙ୍କୁ ବିଭିନ୍ନ ସାଟିଫିକେଟ୍ ଓ ପଟ୍ଟା ପ୍ରଭୃତି ପ୍ରଦାନ କରାଯାଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଜ୍ୟୋତି କୁମାରୀ ସାହୁ, ସମିତି ସଭ୍ୟା ବି. ସୋନାଲୀ ସେନାପତି, ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଝିଲି ନାହାକ ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଂଜନ ସାହୁ, ମାଗୁଣୀ ବିଷୋୟୀ , ବି.ଅଳିଅଳ ସେନାପତି, ପ୍ରୋବାସନାରୀ ଓଏଏସ ଅଫିସର କୈାଶିକ ପଟ୍ଟନାୟକ , ଅତିରିକ୍ତ ତହସିଲଦାର କବିରାଜ ଆର୍ଯ୍ୟ, ସୁପରଭାଇଜର ତିଳୋତ୍ତମା ଦୋରା , ଆରଆଇ ଏମ.ରାଜୁ, ଅମିନ ତିମିର ରଂଜନ ପାତ୍ର , ବିଜୟ କୁମାରପଣ୍ଡା, ଜଗନ୍ନାଥ ସାବତ, ଟିକି ପାତ୍ର , ନମିତା ମହାରଣାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଓ ନରେନ୍ଦ୍ରପୁର ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆବେଦନ ଓ ପ୍ରମାଣ ପତ୍ର ଗ୍ରହଣ କରିଥିଲେ ।


