ଖଣ୍ଡସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ଗ୍ରାମ ଠାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଆର ଉଦୟଗିରି ଖଣ୍ଡ ସ୍ତରୀୟ ସମ୍ମିଳନୀ ମହାଆଡମ୍ବରେ ଅନୁଷ୍ଠିତ ହୋଇଯାଇଛି । ଆର ଉଦୟଗିରି ଖଣ୍ଡର ସ୍ବୟଂସେବକ ସଂଘ କାର‌୍ୟ୍ୟବାହ ଗୋପାଳ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ୍ ଲକ୍ଷ୍ମୀନାରାୟଣ ନନ୍ଦ ଯୋଗଦେଇଥିଲେ । ଏଥିରେ ଅଞ୍ଚଳର ଶତାଧିକ ସ୍ବୟଂସେବକ ମାନେ ଯୋଗଦେଇ ଶାରରୀକ ଓ ବୌଦ୍ଦିକ କାର୍ଯ୍ୟକ୍ରମରେ ସୁର୍ଯ୍ୟନମସ୍କାର , ନିୟୁଦ୍ଧ, ଘୋଷ ଆଦି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟବାହ ଜୁରିଆ ଜାନୀ , ଜିଲ୍ଲା ସହ କାର୍ଯ୍ୟବାହ ଅମୁଲ୍ୟ କୁମାର ପାତ୍ର , ବିଭାଗ ସହ ପ୍ରଚାରକ ମୁନିନ୍ଦ୍ର କୁମାର ଶବର, ବିଭାଗ କାର୍ଯ୍ୟକର୍ତ୍ତା ଅଶୋକ ରଣଜିତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବୟଂସେବକ ସଂଘକୁ ଜାଗୃତ କରି ଦେଶର ବୌଭବ ବୃଦ୍ଦି କରାଯାଉଥିବା ପ୍ରକାଶ କରିଛନ୍ତି ପଣ଼୍ଡିତ ଲକ୍ଷ୍ମୀନାରାୟଣ ନନ୍ଦ । ଏହି କାର୍ଯ୍ୟକ୍ରମ କୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ