ଖଣ୍ଡୋକଟା ୩୨ ତମ ବିରାଟ ଧନୁଯାତ୍ରା ମସୋତ୍ସବ ଉଦଘାଟିତ
କୁଚିଣ୍ଡା, (ରିଙ୍କୁ କୁସୁମ):ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା ପରେ କୁଚିଣ୍ଡା ନିକଟସ୍ଥ ଖଣ୍ଡୋକଟା ଠାରେ ପ୍ରସିଦ୍ଧ ଖୋଲା ରଙ୍ଗ ମଞ୍ଚ ର ଧନୁଯାତ୍ରା ମସୋତ୍ସବ ଆଜି ସଂଧ୍ୟା ରେ କମିଟି ର ପୂର୍ବ ସଭାପତି ଓଡିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ,ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଚଳିତ ବର୍ଷ ୩୨ ତମ ବିରାଟ ଧନୁଯାତ୍ରା ମସୋତ୍ସବ ୨୦୨୫ କୁ ଉଦଘାଟନ କରିଥିଲେ। ଫେବୃଆରୀ ୮ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିରାଟ ଧନୁଯାତ୍ରା ମସୋତ୍ସବ ଆଜି ଶନିବାର ଗୋପ ପୁରରେ କଳସ ଶୋଭାଯାତ୍ରା, ମଥୁରା ନଗରୀରେ ଶିବ ପୁଜନ,କଂସ ଦରବାର ଉଦଘାଟନ, ଉଗ୍ରସେନ ମହାରାଜ ଙ୍କ ରାଜ ଦରବାର, ବସୁଦେବ ଦେବକୀ ବିବାହ, ଦେବକୀ ଗର୍ଭ ରୁ ଜନ୍ମିତ ଶିଶୁ କଂସ ର ମୃତ୍ୟୁ ର କାରଣ ଜାଣିବା ପରେ ଯୁବରାଜ କଂସ ଭଉଣୀ ଦେବକୀ ଓ ଭିଣୋଇ ବସୁଦେବ ଙ୍କୁ କାରାଗାର ରେ ବନ୍ଦି କରିବା, ମହାରାଜ ଉଗ୍ରସେନ ଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିବା ନାଟ୍ୟ ଅଭିନୟ ଚିତ୍ତାକର୍ଷକ ହୋଇଥିଲା। ଆଜି ରାଜ ଦରବାର ରେ ଅତିଥି ଭାବରେ ଏସଡିଏମଓ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ସୁବୋଧ ନାୟକ, କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବ ମୟ ପ୍ରଧାନ, କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ , ସହକାରୀ କଲେକ୍ଟର ରମେଶ ସାହୁ, ଲୋଚନ ଶବର,ସରପଞ୍ଚ କୁନି ସେଉଳ,ଭାଇସ ଚେୟାରମେନ କୁଚିଣ୍ଡା ବ୍ଲକ ରଶ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
ଚଳିତ ବର୍ଷ ଏହି ଧନୁଯାତ୍ରା ସୁ ପରିଚାଳନା ପାଇଁ ସଭାପତି ଭାବରେ ପୂର୍ଣ୍ଣ ଚନ୍ଦ୍ର ପଟେଲ , ଉପ ସଭାପତି ସନ୍ତୋଷ ପୃଷେଠ, ସଂପାଦକ ଧନିରାମ ନାୟକ,ସହ ସଂପାଦକ ବିକାଶ ନାୟକ, କୋଷାଧ୍ୟକ୍ଷ ଚନ୍ଦ୍ରମଣି ନାୟକ, କିଶୋର ସାହୁ,ସୁରେଶ ପଟେଲ, ସଞ୍ଜୟ ପଟେଲ ଗ୍ରାମବାସୀ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଚଳିତ ବର୍ଷ ମଥୁରା ନଗରୀ କଂସ ଦରବାର ଚାରିପାଖରେ ଉଜ୍ଜ୍ୱଳ ବିଦ୍ୟୁତ ଆଲୋକରେ ଆଲୋକିତ କରାଯାଇ ରାସ୍ତା ଗୁଡିକରେ ତୋରଣ ନିର୍ମାଣ କରାଯାଇଛି। ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର ଦୋକାନ ବଜାର ସହିତ ସରକାରଙ୍କ ୯୫ ଟି ଷ୍ଟଲ ସହିତ ପଲ୍ଲିଶ୍ରୀ ମେଳା ଲାଗିଥିବା ଦେଖାଯାଇଛି। ଏହି ଅବସରରେ ମୟୂରଭଞ୍ଜ ରୁ ଛଉ ନୃତ୍ୟ , ରୁମକୁଝୁମାନା ସାଂସ୍କୃତିକ ଅନୁଷ୍ଠାନ ପ୍ରମୁଖ ନୃତ୍ୟ ଗୀତ ମଞ୍ଚରେ ପରିବେଷଣ କରାଯାଇଥିଲା।