ଖତ ଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚୌଦ୍ଵାର ( ସଞ୍ଜୀବ କୁମାର ତିୱାରୀ) : ଯୁବକଙ୍କ ମୃତଦେହ ଖତ ଗଦାରୁ ଉଦ୍ଧାର। ଉଦ୍ଧାର ମୃତ ଦେହ ଟି ହେଉଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଂଚାୟତ ନୂଆ ଶେଉଳି ସାହିର କୁନିଆ ଦେହୁରୀ(୩୫) ।କୁନିଆ ଙ୍କୁ ହତ୍ୟା କରି ଖତ ଗଦା ରେ ପୋତି ଦିଆଯାଇଥିବା ଜଣାପଡିଛି। ଗତ୨୪ ତାରିଖରରୁ କୁନିଆ କୁ ହତ୍ୟାକରାଯାଇ ପୋତିଦିଆଯାଇଥିବା ସନ୍ଦେହ କରାଯାଉଛି। ପାରିବାରିକ କଲହରୁ ଏପରି ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ଜୋର ଧରିଛି। ହତ୍ୟାକାଣ୍ଡ ରେ କୁନିଆଙ୍କ ବାପା ଓ ସାନ ଭାଇ ସମ୍ପୃକ୍ତ ଥିବାର ମଧ୍ୟ ସନ୍ଦେହ କରାଯାଉଛି।ଗୁରୁଡ଼ିଝାଟିଆ ପୋଲିସ ମୃତ ଦେହକୁ ଖତ ଗଦା ମଧ୍ୟରୁ ଉଦ୍ଧର କରି ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ଛଅ ଦିନ ପରେ ମୃତ ଦେହ ଉଦ୍ଧାର ହେବା ଘଟଣା ଅଂଚଳରେ ଚାଂଚଲ୍ୟ ଖେଳାଇଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ