ଖବରକାଗଜ ସଂପାଦିକା ବିଜୟଲକ୍ଷ୍ମୀ ମହାନ୍ତି ଙ୍କ ଦେହାନ୍ତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ ଓଡ଼ିଆ ଖବରକାଗଜ ‘ଆଜିକାଲି’ସହର ସଂପାଦିକା ବିଜୟଲକ୍ଷ୍ମୀ ମହାନ୍ତି (୬୨)ଙ୍କ କଟକ ବେସରକାରୀ ମେଡିକାଲ ହସ୍ପିଟାଲରେ ଗୁରୁବାର ଦିନ ଅପରାହ୍ନରେ ଦେହାନ୍ତ ହୋଇଯାଇଛି । ତାଙ୍କର ମୃତ୍ୟୁରେ ବାଲେଶ୍ଵର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣା, ମିଷ୍ଟଭାଷୀ,ସୁସଂଗଠିକା,ମେଳାପୀ, ସମାଜସେବୀ ଏବଂ ପରୋପକାରୀ ମହିଳା ଥିଲେ । ବିଭିନ୍ନ ସାମ୍ବାଦିକ ସଂଗଠନ ତରଫରୁ ତାଙ୍କ ମୃତ୍ୟୁରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରାଯିବା ସହ ଶୋକ ପ୍ରକାଶ କରାଯାଇଛି ।