ଖବର କାଗଜ ସମ୍ପାଦକଙ୍କ ଅକାଳ ବିୟୋଗ ରେ ଶୋକ

ନିମାପଡ଼ା, (ସନ୍ତୋଷ ଦାଶ):ଦୈନିକ ଖବର କାଗଜ ଆଞ୍ଚଳିକ ଖବର ର ଯୁବ ସମ୍ପାଦକ ତଥା ମାଲିକ ଶରତ କୁମାର ମହାରଣା (୪୫) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ବିୟୋଗ ରେ ଆଜି ଚାରିଛକ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର କର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଥିଲା। ସ୍ୱର୍ଗତ ମହାରଣା ଙ୍କ ଅମର ଆତ୍ମା ର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ଶୋକସନ୍ତପ୍ତ ପରିବାର କୁ ପ୍ରେସ କ୍ଲବ ପକ୍ଷରୁ ଗଭୀର ସମବେଦନା ଜଣାଇ ଦିଆଯାଇଥିଲା। ଏହି ଶୋକ ସଭା ରେ ସାମ୍ୱାଦିକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ସାହୁ, ବସନ୍ତ ଦାସ, ସନ୍ତୋଷ ଦାଶ, ପ୍ରଶାନ୍ତ କୁମାର ସାହୁ, ବସନ୍ତ କୁମାର ମଲ୍ଲ, ଶିଶିର କୁମାର ସ୍ଵାଇଁ, ସୁବାସ ସାହୁ, ପ୍ରତାପ କୁମାର ମଲ୍ଲିକ, ସୌମ୍ୟ ରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ତାଙ୍କ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ