ଖବର ପ୍ରକାଶ ପରେ ପୁର୍ତ୍ତ ବିଭାଗର ଚେତା ପସିଲା, ରାସ୍ତାରୁ ଗଛଲଟା ସଫାକାର୍ଯ୍ୟ ଆରମ୍ଭ

ହାଟଡିହିି, (ବିକାଶ ବିଶ୍ୱାଳ ) : ଖବର ପ୍ରକାଶ ପାଇବା ପରେ ପୁର୍ତ୍ତ ବିଭାଗେର ଚେତା ପସିଛି । ଆନନ୍ଦପୁର-ଭଦ୍ରକ ରାସ୍ତା ଉପରକୁ ଗଛ ଲଟା ମାଡି ଆସିବାରୁ ବାରମ୍ବାର ଦୁର୍ଘଟଣା ମାନ ଘଟି ଧନଜୀବନ ହାନୀ ଘଟୁଥିଲା । ବାରମ୍ବାର ଅଭିଯୋଗ କଲେବି ପୁର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଉନôତଲା । ଏପରିକି ଗତ ୩୦ ତାରିଖ ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଏନେଇ ଅଭିଯୋଗ ହେବାପରେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ଆଜି ଠାରୁ ବିଭିନ୍ନ ସ୍ଥାନରେ ଗଛଲଟା ସଫା କାର୍ଯ୍ୟ ଆରମ୍ଭ କରିଛି ପୁର୍ତ୍ତ ବିଭାଗ । ଚାରିନାଳିଆ, ।ସଙ୍ଗ ଛକ, ଦଧିବାନପୁର ଆଦି ନିକଟରେ ଏହି ସଫାକାର୍ଯ୍ୟ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ