ଖବର ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଲା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟରେ ପ୍ରବାସୀ ଓଡିଆଙ୍କ ପାଇଁ ସରକାର ବିଭିନ୍ନ ବିଭିନ୍ନ ସୁବିଧା ଯୋଗାଇଛନ୍ତ । ଯେପରିକି ପ୍ରବାସୀମାନଙ୍କ କିଛି ଅସୁବିଧା ନ ହୁଏ ପ୍ରତ୍ୟେକ ଜିଲ୍ଲା ପ୍ରସାଶନ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି । କ୍ୱାରେଂନଟାଇନ ଅବଦ୍ଧିପରେ ୨ ହଜାର ଟଙ୍କା ଲେଖାଏଁ ପ୍ରବାସୀମାନଙ୍କୁ ସେମାନଙ୍କୁ ଆନନ୍ଦିତ କରାଇ ଛଡାଯାଉଛି । ସେଥି ମଧ୍ୟରୁ ମୋହନା ବ୍ଳକରେ ଥିବା କ୍ୱାରେଂନଟାଇନ ଗୃହ ଗୁଡିକରେ ଆଗରୁ ଛଡା ଯାଇଥିବା ପ୍ରବାସୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦିଆଯାଇନଥିଲା । ଯାହା ଫଳରେ ସେମାନଙ୍କ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି । ଏପରିକି କ୍ୱାରେଂନଟାଇନ ଗୃହ ଗୁଡିକରେ ପ୍ରବାସୀମାନଙ୍କୁ ଭଲ ଖାଦ୍ୟ ମାନେ ଯୋଗାଇ ଦିଆଯାଇନଥିଲା । କ୍ୱାରେଂନଟାଇନ ଗୃହରୁ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ଖବର କାଗଜରେ ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଲା ତେଣୁ ୨ ଦିନରେ ଛଡଯାଇଥିବା ୧୬୦ ରୁ ଉର୍ଦ୍ଧ୍ୱ ପ୍ରବାସୀଙ୍କୁ ୨ ହଜାର ଟଙ୍କା ଓ ବେଡ ସିଟ୍ ବାଲଟି ଦିଆଯାଇ ପଠାଯାଇଛୀ ଓ କ୍ୱାରେଂନଟାଇ ଭଲ ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରତ୍ୟେକ ଦିନର ଖାଦ୍ୟ ବିବରଣୀର ତାଲିକା କ୍ୱାରେଂନଟାଇନ ଗୃହରେ ମରାଯାଇଛି । ପ୍ରକାଶ ଥାଉକି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ଦାୟିତ୍ୱରେ ଥିବା ବେଡସିଟ୍ ବାଲଟି, କିଟ୍ ଗୁଡିକ ଲୋକମାନଙ୍କୁ ଭଲଭାବରେ ଯୋଗାଉ ନାହାନ୍ତି ବୋଲି କ୍ୱାରେଂନଟାଇନ ଗୃହ ଗୁଡିକରେ ପ୍ରବାସୀମାନେ ଚର୍ଚ୍ଚ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ