ଖବର ପ୍ରକାଶ ପାଇବା ପରେ ଶାଳଣିଆଁ ପଞ୍ଚାୟତରେ ମିଳିଲା ପିଡିଏସ ଚାଉଳ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ତିନିମାସର ପିଡିଏସ ଚାଉଳ ବଣ୍ଟନ କରାଯାଇ ନଥିବାନେଇ ପଞ୍ଚାୟତର କିଛି ବ୍ୟକ୍ତି ବିଡିଓଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବା ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପଞ୍ଚାୟତରେ ଚାଉଳ ବଣ୍ଟନ ଆରମ୍ଭ କରାଯାଇଛି । ପଞ୍ଚାୟତ କର୍ତ୍ତୁପକ୍ଷ ଆଜି ସକାଳୁ ହିତାଧିକାରୀ ମାନଙ୍କୁ ଡାକି ଚାଉଳ ବଣ୍ଟ ଆରମ୍ଭ କରିଛନ୍ତି । ପଞ୍ଚାୟତର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ଯେ ଚାଉଳ ପଞ୍ଚାୟତରେ ଗଛିତ ଅଛି, କିନ୍ତୁ ଘରଘର ବୁଲି ହିତାଧିକାରୀଙ୍କ ଠାରୁ ଟିପ ଓ ଆଖି ନେବାରେ ବିଳମ୍ବ ଘଟିବାରୁ ପୁଜାପରେ ଚାଉଳ ବଣ୍ଟନ କରିବାକୁ ଲକ୍ଷ ରଖିଥିଲୁ । ଅର୍ାଜିଠାରୁ ହିତାଧିକାରୀ ମାନଙ୍କୁ ତିନିମାସର ଚାଉଳ ବଣ୍ଟନ କରୁଛୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ