କୋଣାର୍କରେ ଲକ୍ଷ୍ମୀ ନିମନ୍ତେ ପାଣି ତୋଳା କାର୍ଯ୍ୟକ୍ରମ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପିକେଡିଏ ମାର୍କେଟ କମ୍ପ୍ଲେକ୍ସ ପରିସରରେ ମହାମାୟୀ ଲକ୍ଷ୍ମୀଙ୍କ ପବିତ୍ର ପୂଜା ଅବସରରେ ମା ଲକ୍ଷ୍ମୀ ପୂଜା କମିଟି, କୋଣାର୍କ ଆନୁକୂଲ୍ୟରେ ପାଣି ତୋଳା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ କୋଣାର୍କ ଲକ୍ଷ୍ମୀ ପୂଜା କମିଟି ଆନୁକୁଲ୍ୟରେ ମା ଙ୍କ ପ୍ରାଣ ପ୍ରତିଷ୍ଠା, ଚକ୍ଷୁ ଦାନ, ଉପାସନା, ସୂର୍ଯ୍ୟ ଉପାସନା ଆଦି କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କୋଣାର୍କ ମା ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସଭାପତି ସୁରେନ୍ଦ୍ର ସାହୁଙ୍କ ନେତୃତ୍ବରେ ଶତାଧିକ ଶ୍ରଦ୍ଧାଳୁ ଓ କର୍ମକର୍ତ୍ତା ମାନେ ଘଣ୍ଟ ମର୍ଦ୍ଦଳର ତାଳେ ତାଳେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ତୀର୍ଥ ପୁଷ୍କରିଣୀ ଠାରେ ସମାହିତ ହୋଇ ସେଠାରେ ପୂଜାର୍ଚ୍ଚନା କରିଥିଲେ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆଣି ଶୋଭାଯାତ୍ରା ବାହାରି ମା ଲକ୍ଷ୍ମୀଙ୍କର ପୂଜା ମଣ୍ଡପରେ ପହଞ୍ଚି ଥିଲେ। ଆଜି ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା ଓ ପ୍ରାଣ ପ୍ରତିଷ୍ଠା ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ। ଏହି ପାଣି ତୋଳା କାର୍ଯ୍ୟକ୍ରମରେ କୋଣାର୍କ ଲକ୍ଷ୍ମୀ ପୂଜା କମିଟିର ଉପସଭାପତି ଗଣେଶ ପ୍ରସାଦ ଜେନା, ସଂପାଦକ ମନୋଜ ସେଠ, ସହସଂପାଦକ ରୁଦ୍ର ପ୍ରସାଦ ବେଉରା, କୋଷାଧ୍ୟକ୍ଷ ସ୍ବାଧୀନ ନାୟକ, କର୍ତା ସୁଶାନ୍ତ ଚିନେରା, କୀର୍ତୀ ମିନତୀ ସାହୁ, ପୂଜକ ପପୁ ଭାଇନା, ଦିପୁ ଭାଇନା, ଚନ୍ଦ୍ର ଶେଖର, ଶିବରାମ ରାୟ, ତ୍ରିଲୋଚନ ରଥ ସମେତ କମିଟିର ସମସ୍ତ କର୍ମକର୍ତ୍ତାମାନେ ଯୋଗଦାନ କରି ଏହାକୁ ସଂପାଦନ କରିଥିଲେ।


