ଖବର ପ୍ରସାରଣ ର7ଦିନ ପରେ ୩ ଅନାଥ ଶିଶୁଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ
ମୋହନା, (ଅଂଶୁମାନ ପଣ୍ଡା) :-ଗଣମାଧ୍ୟମରେ ଖବର ପ୍ରସାରଣର 7ଦିନ ପରେ ତିନି ଅନାଥ ଶିଶୁଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲା ମୋହନା ବ୍ଲକ ସିକୁଳିପଦର ପଂଚୟତ ପଦାସାହି ଗାଁରେ ଗତ ଡିସେମ୍ବର ମାସରେ ଦଣ୍ଡାସି ମଲ୍ଲିକଙ୍କର ମୃତ୍ୟୁର କିଛି ମାସ ବ୍ୟବଧାନରେ ପତ୍ନୀ ମଧ୍ୟ ଅରପାରିକି ଚାଲିଗଲେ । ଉଭୟଙ୍କ ମୃତ୍ୟୁ ପରେ ତାଙ୍କର ତିନି ଶିଶୁ ଅନାଥ ହୋଇ ଯାଇଥିଲେ । ଶିଶୁ ମାନଙ୍କର ଯତ୍ନ ନେବାକୁ କେହି ନ ଥିବା ବେଳେ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । ବଡ଼ ଝିଅ ମାଟ୍ରିକ ପରୀକ୍ଷା ଦେଇପାରିନ ଥିବା ବେଳେ ଅନ୍ୟ ଦୁଇ ଭାଇ ଜଣେ ଅଷ୍ଟମ ଓ ଅନ୍ୟ ଜଣେ ଭାଇ ୫ମ ଶ୍ରେଣୀରେ ପାଠ ଛାଡ଼ି ଦେଇ ଗାଁରେ ବୁଲୁ ଥିଲେ । ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ତତ୍ପରତା ପ୍ରକାଶ କରିବା ସହ ଗାଁକୁ ଯାଇ ସରପଞ୍ଚଙ୍କ ସହାୟତାରେ ତିନି । ଅନାଥ।ଶିଶୁଙ୍କୁ ଉଦ୍ଧାର କରିଛନ୍ତି । ୨ ଭାଇକୁ ଜରଉ ସ୍ଥିତ ଶିଶୁ ଯତ୍ନ କେନ୍ଦ୍ର ଓ ଭଉଣୀକୁ ମୋହନା ସ୍ଥିତ କସ୍ଥୁରୁବାଗାନ୍ଧୀ ବାଳିକା ନିବାସରେ ଥାଇଥାନ କରିବା ସହ ପ୍ରଶାସନ ସେମାନନଙ୍କର ଯତ୍ନ ସହ ପାଠ ପଢା ଦାୟିତ୍ୱ ନେଇଛି । ଟୁନା କୁମାର ନାୟକ, ପରାମର୍ଶ ଦାତା, ଶିଶୁ ଯତ୍ନ ବ୍ଲକ୍ ମଙ୍ଗଳ ଅଧିକାରୀ ରଞ୍ଜନ ଜେନା ଉପସ୍ଥିତ ରହି ତିନି ଜଣଙ୍କୁ ଥଇଥାନ କରିଛନ୍ତି I


