ଖରିଡା ଓ ବଣପଲ୍ଲୀ ସ୍କୁଲରେ ପୋଷାକ ବଣ୍ଟନ

ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବଣପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପ୍ରିଲ ୧୦ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଖରିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ମେଳାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଶନ କୁମାର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ପିତାମ୍ବର ଗୌଡ଼ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ମେଳାରେ ଏସଏମସି ଅଧ୍ୟକ୍ଷ ଅମୂଲ୍ୟ ବିଷୋୟୀଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଏବଂ ସମ୍ମାନୀତ ଅତିଥି ଭାବେ ନୂତନ ପେନସନ ପ୍ରାପ୍ତ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ଜେନା, ବାଲିପଦର ସିଆରସିସି ତ୍ରିନାଥ ମହାରଣା, ବିରଞ୍ଚିପୁର ସିଆରସିସି ସନ୍ତୋଷ କୁମାର ସାହୁ, ଯାଞ୍ଚ କମିଟି ସଭାପତି ଡମ୍ବରୁଧର ସାହୁ, ଭିଏସଏସ ସଭାପତି ହରିହର ବିଷୋୟୀ, ଗ୍ରାମ୍ୟ କମିଟି ସଭାପତି ଖଲି ଚରଣ ସ୍ଵାଇଁ ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ।ଶିକ୍ଷକ ଶରତ ଚନ୍ଦ୍ର ଜେନା, ଅନନ୍ତ ନାରାୟଣ ପ୍ରଧାନ, ଭାଗୀରଥି ନାୟକ ଓ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରଧାନ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବଣପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ ପୋଷାକ ଓ ଜୋତା ବଣ୍ଟନ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ବାପୁଜୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର କାଳୀ ଚରଣ ଗୌଡ଼, ସମ୍ମାନିତ ଅତିଥି ଭାବେ ଏ.କରଡ଼ାବାଡ଼ି ସରପଞ୍ଚ ଖଦାଳି ପ୍ରଧାନ ଓ ସିଆରସିସି ଡ଼ି.ବାସୁଦେବ ଦୋରା ଯୋଗ ଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ସୂର୍ଯ୍ୟମଣୀ ବେହେରା, ରଶ୍ମିରଞ୍ଜନ ଅଟ ଓ ଶିକ୍ଷୟିତ୍ରୀ ମମତା କୁମାରୀ ପ୍ରଧାନ, ସସ୍ମିତା ମିଶ୍ର ମେଳା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ