ଖରିଡା ନିକଟରେ ଦୁର୍ଘଟଣା ଜଣେ ମୃତ, ୯ ଆହାତ,୫ ଗୁରୁତର

ବୁଗୁଡା (ଅନିଲ କୁମାର ମହାରଣା) ବୁଗୁଡା ଥାନା, ବାଲିପଦର ନିକଟସ୍ଥ ଖରିଡା ଗ୍ରାମ ନିକଟରେ ଗତ ରାତ୍ର ପ୍ରାୟ ସାଢ଼େ ଏଗାରଟା ସମୟରେ ଏକ ପିକଅପ ଭ୍ୟାନ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାରୁ ଜଣା ପଡିଛିଯେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଅଞ୍ଚଳର କିଛି ବ୍ୟକ୍ତି ଖରିଡା ଗ୍ରାମରେ ଅନୁଷ୍ଠିତ ଏକ ଭୋଜି କାର୍ଯ୍ୟରେ ଯୋଗଦେଇ ଫେରୁଥିବା ବେଳେ ଖରିଡା ନିକଟରେ ରାସ୍ତା ତଳକୁ ଖସି ଗାଡିଟି ଓଲଟି ପଡିଥିଲା।ଘଟଣା ସ୍ଥଳରେ ମୁନିଗାଁ ର ପ୍ରସନ୍ନ ଦଳବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ବ୍ୟକ୍ତିଙ୍କୁ ବୁଗୁଡା ମେଡିକାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲେନ୍ସରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ