ଖରିଡା ପଞ୍ଚାୟତରେ ଆରମ୍ଭ ହେଲା କରୋନା ସଚେତନତା

ହିଞ୍ଜିଳିକାଟୁ,(ପି ଏନ ଏସ):ଏକ ଅଜଣା ଆତଙ୍କ ଭାବେ ସାରା ବିଶ୍ୱରେ ଉଭା ହୋଇଛି ଭୟାବହ ତଥା ମାରାତ୍ମକ ଭୁତାଣୁ କରୋନା।ହଜାର ହଜାର ଲୋକଙ୍କ ପାଇଁ ଘାତକ ସାଜିଥିବା ଏହି ଭୟାନକ ଭୁତାଣୁ ବିଶ୍ୱର ୧୦୦ରୁ ଉର୍ଦ୍ଧ୍ବ ଦେଶରେ ଧୀରେ ଧୀରେ ତାର କାୟା ବିସ୍ତାର କରି ୫ହଜାର ଲୋକଙ୍କ ଜୀବନ ନେଲାଣି।ଭାରତରେ ଅଦ୍ୟାବଧି ପ୍ରାୟ ୮୦ ଜଣ କରୋନା ସନ୍ଦିଗ୍ଧ ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇ ଥିବା ଜଣାପଡ଼ିଛି।ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଭୟଭୀତ ନ ହେବା ସକାଶେ ପରାମର୍ଶ ଦିଆଯାଇଛି ଏବଂ ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି।କରୋନା ଭୁତାଣୁ ସଂକ୍ରମଣ କୁ ପ୍ରତିହତ କରିବା ପାଇଁ ୯ ପ୍ରକାର ଉପାୟ ଆପଣନେଇବା କୁ ସମସ୍ତଙ୍କୁ ସଚେତନତା ସୃଷ୍ଟି କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପଞ୍ଚାୟତ ସମିତିକାର୍ଯ୍ୟାଳୟ ,ହିଂଜିଳିକାଟୁ ପକ୍ଷରୁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପୋୖରାଞ୍ଚଳ ସମେତ ବ୍ଲକର ସମସ୍ତ ପଞ୍ଚାୟତରେ କରୋନା ଭୁତାଣୁ ସଂକ୍ରମଣ ରୁ ସୁରକ୍ଷିତ ରଖିବା ନିମନ୍ତେ ସଚେତନତା ସୃଷ୍ଟି କରି କାର୍ଯ୍ୟକାରିତା କରିବାକୁ ଉପ ଜିଲ୍ଲାପାଳ ଅମୀୟ କୁମାର ସାହୁ ଗୁରୁତ୍ୱାରୋପ କରିଥିଲେ।ଆଜି ଖରିଡା ପଞ୍ଚାୟତରେ ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ସରପଞ୍ଚ ରଘୁନାଥ ବେହେରା, ସଭ୍ୟା ରାଣୀ ପ୍ରଧାନଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।ପ୍ରଥମ ଉପାୟ ଭାବେ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ହାତ ଧୁଆ କୁ ପ୍ରାଥମିକତା ଦିଆଯାଇଛି। ଖରିଡା ଏବଂ ଗିରିଆ ଉଭୟ ଗ୍ରାମରେ ଏଥି ନିମନ୍ତେ ସଚେତନତା ଏବଂ ପରିଚ୍ଛନ୍ନତା ରହିବା ସହ ହାତ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସାବୁନରେ ବାରମ୍ବାର ଭଲ ଭାବରେ ଧୋଇବା ପାଇଁ ସୂଚନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜି ଆର ଏସ ଶ୍ରୀକାନ୍ତ ପଣ୍ଡା ଏ ଏନ ଏମ୍,ଅଙ୍ଗନବାଡି କର୍ମୀ, ପାଚିକା ଓ ସହାୟିକା ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ