ଖରିଫ ଧାନ କ୍ରୟ ନିମନ୍ତେ ପ୍ରସ୍ତୁତି ବୈଠକ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ବ୍ଲକ ସ୍ତରୀୟ ଖରିଫ ଧାନ ୨୦୨୪-୨୫ କ୍ରୟ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଶେରଗଡ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଈଯାଈଛି। ଡିସେମ୍ବର ୨୩ ତାରିଖ ରୁ ପର‌୍ୟ୍ୟାୟ କ୍ରମେ ୬୨୯୧ ପଞ୍ଜିକୃତ ଚାଷୀ ଙ୍କ ଠାରୁ ୧୯ ଟି ମଣ୍ଡି ମାଧ୍ୟମରେ ୨ ଲକ୍ଷ ରୁ ଉର୍ଦ୍ଧ୍ବ କ୍ବିଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି। ଚାଷୀ ମାନଙ୍କ ସୁବିଧା ଲାଗି ମଣ୍ଡି ରେ ପର‌୍ୟ୍ୟାପ୍ତ ବ୍ୟବସ୍ଥା କରାଯାଇଛି ଏବଂ ଗତବର୍ଷ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟା ର ପୁନରାବୃତ୍ତି ନଘଟିବା ଲାଗି ବିଭାଗୀୟ ଅଧିକାରୀ ମାନେ ନିର୍ଦ୍ଦେଶ ଦେଈଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ବିଣ୍ଟାଲ ପିଛା ୨୩ ଶହ ଟଙ୍କା ଏବଂ ଗ୍ରେଡ ଏ ମୂଲ୍ୟ ୨୩୨୦ ଟଙ୍କା ରଖାଯାଇଛି । ଏହା ବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ୮ ଶହ ଟଙ୍କା ର ଅତିରିକ୍ତ ଈନପୁଟ ଆଶିଷ୍ଟାଣ୍ଟ ଦିଆଯିବ। ପ୍ରତ୍ୟେକ ଧାନ ମଣ୍ଡି ରେ ଗୁଣାତ୍ମକ ମାନ ଯାଞ୍ଚ କରିବା ଲାଗି ବ୍ୟବସ୍ଥା କରାଯିବ, ଏଥି ନିମନ୍ତେ ରେଜିଷ୍ଟର ରଖାଯାଈ ମାନ ଯାଞ୍ଚ ତଥ୍ୟ ଓ କୃଷକ ମାନଙ୍କ ନାମ ଉଲ୍ଲେଖ ରହିବ। ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଚଳିତ ବର୍ଷ ନୂତନ ଭାବେ ମଣ୍ଡି ରେ ନୋଡାଲ ଅଫିସର ଓ ସୁପରଭାଈଜର ମାନେ ରହିବେ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ତ୍ରିଦେବ ରଥ,ବିଡ଼ିଓ ଶିବାଶିଷ ବରାଳ, ସ୍ଥାନୀୟ ବିଧାୟକ ଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ବ୍ଲକ ଯୋଗାଣ ଅଧିକାରୀ ବିଭୁ ପ୍ରସାଦ ସାହୁ, ସିଡିପିଓ ମମତାଞ୍ଜଳି ପଣ୍ଡା, ଉପାଧ୍ୟକ୍ଷା ଙ୍କ ପ୍ରତିନିଧି କାହ୍ନୁ ଚରଣ ପଟ୍ଟନାୟକ,ସମସ୍ତ ନିର୍ବାଚିତ ପ୍ରତିନିଧି, ସେବା ସମବାୟ ସମିତିର ସମ୍ପାଦକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ମିଲର ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ