ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ବିଜୁ ଜନତା ଦଳ ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି l ସ୍ଥାନୀୟ ଏକ ହୋଟେଲର ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ସଦସ୍ୟ ସଂଗ୍ରହ ଅଭିଯାନ ନେଇ ଏକ ବୈଠକ ଅନୁଷ୍ଠିତ l ଏହି ବୈଠକ ରେ ଜିଲ୍ଲା ଯୁବ ବିଜେଡି ପର୍ଯ୍ୟବେକ୍ଷକ ନୀଳମାଧବ ମହାନ୍ତି ଓ ଜିଲ୍ଲା ଉପସଭାପତି ଏସ୍. ଲିଙ୍ଗରlଜୁ ଯୋଗଦେଇ ସଦସ୍ୟ ସଂଗ୍ରହ ଅଭିଯାନ ସଂମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧି ଓ ଦଳୀୟ କର୍ମୀଙ୍କୁ ବୁଝାଇଥିଲେ l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଦସ୍ୟ ସଂଖ୍ୟା କିଭଳି ଅଧିକରୁ ଅଧିକ ହୋଇପାରିବ ସେଥିପାଇଁ ସମସ୍ତ କର୍ମୀ କlର୍ଯ୍ୟକରିବାକୁ ବୈଠକରେ ଆହ୍ୱାନ କରାଯାଇଛି l ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ, ଚନ୍ଦ୍ର କୁମାର ମଲ୍ଲିକ, ଯୁବ ବିଜେଡ଼ି ଜିଲ୍ଲା ସମ୍ପାଦକ ଫିରୋଜ ପଟନାୟକ, ମୋହନା ବ୍ଲକ ଯୁବ ସଭାପତି ଲିଙ୍ଗରାଜ ପୂଜାରୀ, ଆର.ଉଦୟଗିରି ବ୍ଲକ ସଭାପତି ଭିମ ପାଇକ ଙ୍କ ସମେତ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ l ସଂଖ୍ୟାଲଘୁ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତ ନେତା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ