ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚାଷୀ ସଚେତନତା ରଥକୁ ଶୁଭାରମ୍ଭ କରଯାଇଛି। ଜୟପୁର ଉପଜିଲ୍ଲାପାଳ ତଥା ଆର୍ ଏମ୍ ସି ଚେୟାରମେନ ସୁଶ୍ରୀ ଆକାବରମ୍ ସସ୍ୟା ରେଡି ସବୁଜ ପତାକା ଦେଖାଇ ଆଜି ଚାଷୀ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ଏହି ରଥ ସମସ୍ତ ବ୍ଲକ ର ସବୁ ଗ୍ରାମକୁ ପରିକ୍ରମା କରି ଚାଷୀ ମାନଙ୍କୁ ସଚେତନ କରାଇବ। ୨୦୨୪-୨୫ ଖରିଫ ଧାନ ସଂଗ୍ରହ କରିବା ପାଇଁ ଗ୍ରହଣ କରାଯାଇଥିବା ଉପଯୋଗୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାନ ର ମାନ ନିରୂପଣ ନିମନ୍ତେ ଉଚିତ୍ ହାରାହାରି ଗୁଣବତ୍ତା ସମ୍ପର୍କରେ ସଚେତନ କରାଇବ। ଧାନରେ ଗୋଡ଼ି, ମାଟି, ଧୂଳି, ଗଜା ଉଠିଥିବା, ଅପରିପକ୍ବ ଓ କଞ୍ଚା ଶ୍ରେଣୀୟ ଧାନର ଅପମିଶ୍ରଣ, ଆଦ୍ରତା ବା ଜଳୀୟ ଅଂଶ ନଥିବା ପରିଷ୍କାର ଧାନ ସଂଗ୍ରହ କରାଯିବ। ସୁସ୍ଥ ଶସ୍ୟ ଦାନା ଠାରୁ ଭିନ୍ନ ଥିବା ନିକୃଷ୍ଟ ଉପାଦାନ ନଥିବା ହାରାହାରି ଗୁଣବତ୍ତା ଧାନ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ଜୟପୁର ଉପଜିଲ୍ଲାପାଳ ତଥା ଆର୍ ଏମ୍ ସି ଚେୟାରମେନ୍ ସୁଶ୍ରୀ ଆକାବରମ୍ ସସ୍ୟା ରେଡି, ବେସାମରିକ ଯୋଗାଣ ଅଧିକାରୀ ସର୍ବେଶ୍ଵର ନାୟକ,ସହାୟକ ଯୋଗାଣ ଅଧିକାରୀ ସୁସୀଲ କୁମାର ଜେନା, ଡାଇରେକ୍ଟର ଦେବେନ୍ଦ୍ର ବାହିନୀପତି, ଏବଂ ଆର୍ ଏମ୍ ସି ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ