ଖରିଫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ସଭାରେ ବିଧାୟକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସଭାଗୃହ ରେ ଖରିଫ ଧାନ ସଂଗ୍ରହ ସକାଶେ ସୋମବାର ଅପରାହ୍ନ ରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସଭାରେ ଦିଗପହଣ୍ଡି  ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ନୋଡାଲ ଅଧିକାରୀ ତଥା ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁ , ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକ ଯୋଗାଣ ନୀରିକ୍ଷକ ବ୍ରଜେଶ୍ବର ରାୟ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ନିୟନ୍ତ୍ରିତ ବଜାର କମିଟି  ସମ୍ପାଦକ ଅରୁଣ କୁମାର ମିଶ୍ର ସଂଯୋଜନା କରିଥିଲେ ।   ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ଳକର ବିଭିନ୍ନ ପଞ୍ଚାୟତ ଓ ଏନ୍ଏସି ରେ ୨୩ ଟି ପ୍ରାଥମିକ ସେବା ସମବାୟ ସମିତି  ଓ ୨ ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି ।  ୨୦୨୪-୨୫ ବଜାର ବର୍ଷରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକୁ ସରକାର ଙ୍କ ନିର୍ଦ୍ଧାରିତ ଦର ରେ କିପରି କିଣାଯାଇପାରିବ , ଅମଳ ଧାନକୁ ଦଲାଲଙ୍କ ଜରିଆରେ ରାଜ୍ଯ ବାହାରକୁ ନ ପଠାଇ ମଣ୍ଡିକୁ ଚାଷୀ କିପରି ସୁରକ୍ଷିତ ଭାବେ ଆଣିବେ ସେ ନେଇ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା ।  ଅମଳ ପରେ ଚାଷୀଙ୍କ ଠାରୁ ସଂଗୃହିତ ଧାନ ପ୍ରଥମେ  ସେବା ସମବାୟ ସମିତି କାର୍ଯ୍ୟାଳୟ ଗୁଡିକରେ ରଖାଯିବ। ସେଠାରେ ପଞ୍ଜୀକୃତ ଚାଷୀଙ୍କ ଉତ୍ପାଦିତ ଧାନର ନମୂନା ପରୀକ୍ଷଣ ପରେ ଗୁଣାତ୍ମକ ଧାନକୁ ନିର୍ଦ୍ଧାରିତ ମିଲରଙ୍କ ପାଖକୁ ପଠାଯିବ ବୋଲି ତହସିଲଦାର ଚାଷୀଙ୍କୁ ବୁଝାଇଥିଲେ । ଚଳିତ ବର୍ଷ ସାଧାରଣ ଧାନର ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩ ଶହ ଟଙ୍କା ରହିଛି । ତେଣୁ ଚାଷୀ ବୃନ୍ଦ କିଭଳି ସରକାର ଙ୍କ ନିର୍ଦ୍ଧାରିତ ଦରରେ ସେମାନଙ୍କ ଉତ୍ପାଦିତ ଖରିଫ ଧାନ ସୁବିଧାରେ ବିକ୍ରୟ କରିପାରିବେ ସେ ନେଇ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା ।ସଭାରେ ବ୍ରହ୍ମପୁର ଏସିଏସ୍ଓ ସକଳେଶ୍ବର ଦାସ , ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ରାଧାକାନ୍ତ ମହାଙ୍କୁଡ଼, ସଞ୍ଜୁକ୍ତା କବି ,ପୂର୍ବତନ ସରପଞ୍ଚ  କେ . ହରିବନ୍ଧୁ ରେଡ୍ଡୀ,ଅସିତ କୁମାର ସାହୁ   , ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ରଞ୍ଜନ କୁମାର ସାହୁ , ବିଜୟ ପ୍ରଧାନ , ଲିଙ୍ଗରାଜ ଦୋରା , ସରପଞ୍ଚ ପ୍ରତିନିଧି  ଶିବରାମ ପ୍ରଧାନ , ସନ୍ତୋଷ ଦୋରା , ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, ରାଜେନ୍ଦ୍ର ପ୍ରସାଦ ପାଠୀ,ମନୋଜ କୁମାର ସାହୁ ଙ୍କ ସମେତ ବହୁ ପଞ୍ଜୀକୃତ ଚାଷୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ , ସେବା ସମବାୟ ସମ୍ପାଦକ ବୃନ୍ଦ ଉପସ୍ଥିତ ଥିଲେ । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ