ଆନ୍ଧ୍ର ପ୍ରଦେଶରେ ପଥର ବିସ୍ପୋରଣ : ଦିଗପହଣ୍ଡିରୁ ୪ ଓଡିଆ ଶ୍ରମିକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଆନ୍ଧ୍ର ପ୍ରଦେଶର ବାଲିକୁରଭା ମଣ୍ଡଳ ମଲାୟାପୁଲମ ଗ୍ରାମ ସ୍ଥିତ ଏକ ଘୋରୋଇ ଗ୍ରାନାଇଟ କମ୍ପାନୀ ପଥର ଖଣିରେ ରବିବାର ସକାଳେ ବିସ୍ପୋରଣ ଘଟି ଏକ ବଡ଼ ପଥର ତଳେ ଚାପି ହୋଇ ଦିଗପହଣ୍ଡି ବ୍ଳକରୁ ୪ ଜଣ ଓଡିଆ ଶ୍ରମିକଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିପାରିଛି । ମୃତକଙ୍କ ମଧ୍ୟରେ ବ୍ଳକ ଅଧିନସ୍ଥ ଚଷାନିମଖଣ୍ଡି ଗ୍ରାମର ବବ୍ରୁ ଓରଫ ବୁଢ଼ା ଓରଫ ଦଣ୍ଡ ବାଡତ୍ଯା ଏବଂ ଫାସିଗୁଡା ପଞ୍ଚାୟତ ବାଙ୍ଗରଡା ଗ୍ରାମର ବନମାଳୀ ବେହେରା । ତେବେ ଖବର ଲେଖା ସୁଦ୍ଧା ଅନ୍ଯ ମୃତକ ଦୁଇଜଣଙ୍କ କୈାଣସି ସୂଚନା ମିଳିପାରିନାହିଁ । ଖବରନୁଯାୟୀ , ପରିବାର ପୋଷଣ ନିମନ୍ତେ ଦିଗପହଣ୍ଡି ବ୍ଳକର ୯ ଜଣ ଓ ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତର ୨ ଜଣ ଓଡିଆ ଶ୍ରମିକ ଏହି ଗ୍ରାନାଇଟ କମ୍ପାନୀରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ତେବେ ରବିବାର ସକାଳେ ଉକ୍ତ ପଥର ଖାଦାନରେ ଏକ ବିସ୍ପୋରଣ ଘଟିଥିଲା । ଏହି ଭୟାନକ ବିସ୍ଫୋରଣରେ ଏକ ବଡ଼ ପଥର ତଳେ ଚାପି ହୋଇ ଦିଗପହଣ୍ଡି ଓ ମୋହନା ବ୍ଲକରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ବିଳମ୍ବିତ ରାତି ସୁଦ୍ଧା ସେଠାକାର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ମୃତକ କିମ୍ବା ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଜଣାପଡିଛି ।


