ଖରିଫ ଧାନ ସଂଗ୍ରହ ପାଇଁ ବୈଠକ
କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ସଭା ଗୃହ ଠାରେ ଚାଷୀ ଙ୍କ ଖରିଫ ଧାନ – ସଂଗ୍ରହ ସକାଶେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁକୁଡାଖଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଖରିଫ୍ ଧାନ ସଂଗ୍ରହ ବୈଠକ ରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସେହିପରି ନୋଡାଲ ଅଧିକାରୀ ତଥା କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡଃ ପଲ୍ଲବୀ ସ୍ବାଇଁ , ବ୍ଳକ ଭାରପ୍ରାତ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଯୋଗାଣ ନିରୀକ୍ଷକ ସୁଧାକର ମଲ୍ଲିକ, ଆରଏମ୍ସି ଅରୁଣ ମିଶ୍ର,ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର,ସିଡିପିଓ କୁସୁମୀ ସାହୁ ମିଶନ ଶକ୍ତି ବିଭାଗ ର ବିପିସି ସାଇ ରାମ ପଣ୍ଡା ଇତ୍ୟାଦି ମଞ୍ଚାସୀନ ରହିଥିଲେ। ବ୍ଲକ ଯୋଗାଣ ନିରୀକ୍ଷକ ସୁଧାକର ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଅରୁଣ କୁମାର ମିଶ୍ର ସଂଯୋଜନା କରିଥିଲେ। ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବୈଠକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ଳକର ବିଭିନ୍ନ ପଞ୍ଚାୟତରେ ୧୯ ପ୍ରାଥମିକ ସେବା ସମବାୟ ସମିତି ଓ ୩ ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି।
ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଚାଷୀଙ୍କ ଉତ୍ପାଦିତ ଖରିଫ ଧାନକୁ କିପରି କିଣାଯାଇପାରିବ, ଅମଳ ଧାନକୁ ଦଲାଲଙ୍କ ଜରିଆରେ ରାଜ୍ୟ ବାହାରକୁ ନ ପଠାଇ ମଣ୍ଡିକୁ ଧାନ କିପରି ସୁରକ୍ଷିତ ରେ ଆଣିପାରିବେ ଚାଷୀ ତାହା ଉପରେ ଆଲୋଚନା ହୋଇଥିଲା। ସେହିପରି ଅମଳ ପରେ ଚାଷୀଙ୍କ ଠାରୁ ସଂଗୃହିତ ଧାନ ପ୍ରଥମେ ପଞ୍ଚାୟତରେ ଥିବା ସେବା ସମବାୟ ସମିତି କାର୍ଯ୍ୟାଳୟରେ ରଖା ରଖାଯିବ। ସେଠରେ ପଞ୍ଜୀକୃତ ଚାଷୀଙ୍କ ଉତ୍ପାଦିତ ଧାନର ନମୂନା ପରୀକ୍ଷଣ ପରେ ଗୁଣାତ୍ମକ ଧାନକୁ ନିର୍ଦ୍ଧାରିତ ମିଲରଙ୍କ ପାଖକୁ ପଠାଯିବ ବୋଲି ଚାଷୀଙ୍କୁ ବୁଝାଇଥିଲେ ବିଧାୟକ । ଚଳିତ ବର୍ଷ ସାଧାରଣ ଧାନର ମୂଲ୍ୟ କ୍ରିଣ୍ଟାଲ ପ୍ରତି ୩୧୦୦ ଟଙ୍କା ରହିଛି । ତେଣୁ ଚାଷୀ ବୃନ୍ଦ କିଭଳି ସରକାରୀ ନିର୍ଦ୍ଧାରିତ ଦରରେ ସେମାନଙ୍କ ଉତ୍ପାଦିତ ଖରିଫ ଧାନ ସୁବିଧାରେ ବିକ୍ରୟ କରିପାରିବେ ସେ ନେଇ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା ବୈଠକରେ ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ, ବିଧାୟକ ପ୍ରତିନିଧି ନଳିନୀକାନ୍ତ ବିଷୋୟୀ, ସାଂସଦ ପ୍ରତିନିଧି ପିଣ୍ଟୁ ସାବତ, ଅଦଳ ନନ୍ଦ କିଶୋର,ସାକା ସୁଜିତ ଭବାନୀ ଶଙ୍କର ବିଶ୍ୱାଳ ଜଗଦଲପୁର ର ସରପଞ୍ଚ କ୍ରାନ୍ତିକୁମାରି ଦେବୀ, ନରସିଂହ ସାହୁ , ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ପ୍ରଶାସନ ବିଭାଗ,ମିଲର ସହ କିଛି ଚାଷୀ ଉପସ୍ଥିତ ଥିଲେ। ପରିଶେଷରେ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ମିଲର, ଚାଷୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡଃ ପଲ୍ଲବୀ ସ୍ବାଇଁ।


