ଭାବବିହ୍ୱଳରେ ମାଁ ଲକ୍ଷ୍ମୀକୁ ବିଦାୟ ଦେଲେ ଭକ୍ତ

ସୋରଡ଼ା,(ରଜନୀକାନ୍ତ ମହାପାତ୍ର):ସୋରଡା ଆଡମଣ୍ଡପ ଥରେ ଦୀର୍ଘ ମାସେ ବ୍ୟାପି ଆରମ୍ଭ ହୋଇଥିବା ଲକ୍ଷ୍ମୀ ପୂଜା ସରିଛି। ଭାବବିହ୍ୱଳ ପରିବେଶ ରେ ଶହ ଶହ ଭକ୍ତ ବୃନ୍ଦ ମାଁ ଙ୍କୁ ବିଦାୟ ଦେଇଛନ୍ତି।ଗତ 16 ତାରିଖ ମାର୍ଗଶିର ମାସ ରେ ସୋରଡ଼ା ଆଡପମଣ୍ଡପ ଥରେ ଆଡପ ମଣ୍ଡପ ଯୁବକ ସଂଘ ତରଫରୁ 32 ବର୍ଷ ପରେ ଲକ୍ଷ୍ମୀ ପୂଜା ର ଆୟୋଜନ କରାଯାଇଥିଲା ଏହି ଅବସର ରେ ପୁରା ମାସ ତମାମ ମାଁ ଲକ୍ଷ୍ମୀ ଙ୍କୁ ପୂଜା ରୀତିନୀତି ଶହ ପାଳନ କରାଯାଇଥିଲା। ପ୍ରତିଦିନ ରୋଷ ହୋମ ଶହ ଧୂପ ଆରମ୍ଭ ହେଉଥିଲା। ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟା ରେ ହୋମ କରାଯାଉଥିବା ବେଳେ ଓ କୁଙ୍କୁମ ସେବା ମଧ୍ୟ ହେଉଥିଲା। ଏହି ପୂଜା ବିଭିନ୍ନ ବର୍ଗ ର ଲୋକଙ୍କୁ ଏକତ୍ରିତ କରିବା ରେ ସଫଳ ହୋଇଥିଲା। ସୋରଡ଼ା କନ୍ଧୁଣିଦେବୀ ଯୁବକ ସଂଘ, ଖରୁଡ଼ା ସଂଘ,ବଜାର ବଣିକ ସଂଘ ସମେତ ଅନ୍ୟାନ ଅନୁଷ୍ଠାନ ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ସୋରଡ଼ା ର ରଘୁନାଥ ମନ୍ଦିର, ଗୋପୀନାଥ ମନ୍ଦିର ଓ ନୃସିଂହ ମନ୍ଦିର ତରଫରୁ ମାଁ ଲକ୍ଷ୍ମୀ ଙ୍କ ପୂଜା ମଣ୍ଡପ ଲୁ ଭୋଗ ପଟୁଆର ରେ ଆସୁଥିଲା। ପୂଜା ର ଅନ୍ତିମ ଦିବସ ରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରୃ ବିରାଟ ପଟୁଆର ରେ ଭୋଗ ମାଁ ଙ୍କ ପୂଜା ମଣ୍ଡପ ରେ ପହଞ୍ଚିଥିଲା। ଲକ୍ଷ୍ମୀ ପୂଜା ଆୟୋଜକ କମିଟି ତରଫରୁ ସନ୍ଧ୍ୟା ରେ ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରେ ଆଜ୍ଞାମାଳ ନେବା ପାଇଁ ଆୟୋଜକ କମିଟି ଜଗନ୍ନାଥ ଙ୍କ ମନ୍ଦିର ରେ ପ୍ରଭୂ ଙ୍କୁ ନିବେଦନ କରିଥିଲେ ପରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଜଗନ୍ନାଥ ମନ୍ଦିର ରେ ପହଂଚି ଅଜ୍ଞମାଲ ଭିକ୍ଷା କରିବା ଶହ ଜଗନ୍ନାଥ ଙ୍କ ସାଙ୍ଗେ ମାଁ ଙ୍କ ପୂଜା ମଣ୍ଡପ ରେ ପହଂଚି ଥିଲେ ଘଣ୍ଟ ମୃଦଙ୍ଗ, ଝାଞ୍ଜ, ଢୋଲ ମହୁରୀ ବାଦ୍ୟ ର ତାଳେ ତାଳେ ଏକ ବିରାଟ ପାଟୁଆର ରେ ପ୍ରଭୁ ଜଗନ୍ନାଥ ପୂଜା ମଣ୍ଡପ ରେ ପହଂଚିଥିଲେ। ସେଠାରେ ମାଁ ଙ୍କ ପୂଜାର୍ଚନା ଶହ 25 ରୁ ଉର୍ଦ୍ଧରେ ମିଷ୍ଟାନ ମାଙ୍କୁ ଭୋଗ ରୂପେ ସମର୍ପଣ କରାଯାଇଥିଲା। ପ୍ରତ୍ୟେହ ସନ୍ଧ୍ୟା ଆଳତି ସହ 108 କର୍ପୁର ଆଳତି ଅନୁଷ୍ଠିତ ହେଉଥିଲା ଏବଂ ପ୍ରତି ଗୁରୁବାର ଦିନ ସ୍ୱତନ୍ତ୍ର ପୂଜନୀତି ଅନୁଷ୍ଠିତ ହୋଇଥଲା। 32 ବର୍ଷ ପରେ ଆୟୋଜିତ ଏହି ଲକ୍ଷ୍ମୀ ପୂଜା ସୋରଡ଼ା ର ପ୍ପ୍ରତ୍ୟେକ ବର୍ଗ କୁ ଭକ୍ତି ର ଡୋରି ରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ