ଖରିଡ଼ା ସରଂପଚ ଓ ୨ ସହଯୋଗୀଙ୍କୁ ଆକ୍ରମଣ ଘଟଣା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଳକ ଖରିଡ଼ା ପଂଚାୟତରେ ଗତ ପଂଚାୟତ ନିର୍ବାଚନ ପର ଠାରୁ କ୍ଷମତାସୀନ ସରଂପଚ ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ସଂପୃକ୍ତ ଗ୍ରାମର ଏକ ନିର୍ଦ୍ଧିଷ୍ଠ ଗୋଷ୍ଠୀର କିଛି ବ୍ୟକ୍ତିଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଯୋଜନା ଚାଲିଛି । ସଂପୃକ୍ତ ଗ୍ରାମ ପଂଚାୟତର ସରଂପଚଙ୍କୁ ବହୁ ସମୟରେ ଅପଦସ୍ତ କରିବା ଅଭିପ୍ରାୟ ରଖି ବିରୋଧ ଗୋଷ୍ଠୀ ରିତୀମତ ଯୋଜନା କରୁଥିବା ଜଣାପଡ଼ିଛି । ପୂର୍ବରୁ ଏଭଳି ଏକ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣାରେ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା । ପରବର୍ତି ସମୟରେ ତତ୍କକାଳୀନ ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମିଳିତ ସହଯୋଗ କ୍ରମେ ଘଟଣାର ଆପୋଷ ସମାଧାନ କରାଯାଇଥିଲା । ହେଲେ ସଂପୃକ୍ତ ଗ୍ରାମର ସରଂପଚଙ୍କ ବିପକ୍ଷ ଗୋଷ୍ଠୀ ଏଥିରେ କ୍ଷାନ୍ତ ନହୋଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ପୂର୍ବ ଘଟଣଶକୁ କେନ୍ଦ୍ର କରି ଚଳିତ ମାସ ୧୦ ତାରିଖ ଅପରାହ୍ନରେ ସରଂପଚ ରଘୁନାଥ ବେହେରା, ତାଙ୍କ ପୁଅ ରଞ୍ଜନ ବେହେରା ଓ ଭାଇ ପ୍ରକାଶ ବେହେରା ଗ୍ରାମ ପୋଖରୀ କାମ ତଦାରଖ କରୁଥିବା ସମୟରେ ବିପକ୍ଷ ଗୋଷ୍ଠୀର ୪ ଜଣ ଯୁବକ ପୋଖରୀ ମକାର୍ଯ୍ୟକୁ ବିରୋଧ କରିବା ସହ ଉତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ । ଆକ୍ରମଣରେ ସରଂପଚଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଘଟଣା ନେଇ ସରଂପଚ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମନରଗୋ ଯୋଜନାରେ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଘଟଣା ନେଇ ସରଂପଚଙ୍କୁ ପଚାରିବାରୁ ସରଂପଚ ମହୋଦୟ ଉତ୍ୟକ୍ତ ହୋଇ ମାଡ଼ ମାରିଥିବା ନେଇ େତେବେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ତପନ ମୁନି ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ସଂପୃକ୍ତ ଗ୍ରାମ ପଂଚାୟତରେ ଚାଲିଥିବା ଫୋଖରୀ ଖନନ କାର୍ଯ୍ୟଟି ମନରେଗା ଯୋଜନାରେ ନଥିବା ବେଳେ ୧୪ଶ କେନ୍ଦ୍ରୀୟ ଅର୍ଥ ଆୟୋଗ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିବା ନେଇ ବ୍ଳକ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଜାଣିଶୁଣି ପୂର୍ବ ଶତୃତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଏବଂ ଆଗାମୀ ଦିନରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ପୁଣିଥରେ ଆକ୍ରମଣ କରିବାକୁ ସଜବାଜ ହେଉଥିବା ବେଳେ ଗ୍ରାମର ଶେଷ ପ୍ରାନ୍ତରରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ଗୁପ୍ତ ବୈଠକ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।