ଖଲାସୀ ସଂଘ ପକ୍ଷରୁ ସାଧାରଣ ଅଧିବେସନ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ବଡବଜାର ସଙ୍କଳେଶ୍ୱର ମନ୍ଦିର ପରିସର ମଧ୍ୟରେ ପରିବା ବଜାର ଖଲାସି ସଂଘ ଏକ ସାଧାରଣ ଅଧିବେସନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ଭାରତୀୟ ରଷ୍ଟ୍ରୀୟ କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀ ପିତବାସ ପଣ୍ଡା ସଭାପତିତ୍ୱ କରିଥିଲେ । ଏହି ବୈଠକରେ ସଂଘର ଆୟ ବ୍ୟୟର ହିସାବ , ନୂଆଁ ସଭ୍ୟଙ୍କ ଯୋଗଦାନ ଉପରେ ଆଲୋଚନା ସହ ଖଲାସୀ ସଂଘର ସଭ୍ୟମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଆଲୋଚନା କରାଯାଇଥିଲା । ଖଲାସୀ ସଂଘର ସଭ୍ୟମାନଙ୍କ ଶ୍ରମିକ ପରିଚୟ ପତ୍ର ନେବା , ଜୀବନ ବିମାରେ ଅନ୍ତର୍ଭୁକ୍ତ କରିବା , ମେଡିକାଲ ସୁବିଧା ଯୋଗାଇଦେବା ପ୍ରଭୃତି ଦାବୀ କରାଯାଇଥିଲା । ଏହା ସହ ଖଲାସୀ ସଂଘର ପରିବାରର ପିଲାମାନଙ୍କୁ ମୁକ୍ତରେ ଶିକ୍ଷା ପ୍ରଦାନ କରିବାକୁ ଦାବୀ କରାଯାଇଥିଲା । ଉକ୍ତ ବୈଠକରେ କୁନା ପାତ୍ର , ସୁରେଶ ବେହେରା , କୁନା ପାତ୍ର , ରବିନ୍ଦ୍ର ଗୌଡ , କୁନା ପାତ୍ର , ବୁଲୁ ପାତ୍ର , ଶ୍ରୀ ରାମୁଲୁ ପାତ୍ର , ମୋହନା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ