ଖଲ୍ଲିକୋଟ ଅଞ୍ଚଳରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ
ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ) ବ୍ଲକ ଅନ୍ତର୍ଗତ କମଳାପଦର ଗ୍ରାମରେ ଜୈନିକ ଜଣେ ୧୮ ବର୍ଷୀୟ ଯୁବତୀଟିର ଡେଙ୍ଗୁ ପଜେଟିଫ ବାହାରିଥିବା ଜଣାପଡ଼ିଛି । ପ୍ରଥମେ ଦୁଇ ଦିନ ଧରି ଜ୍ଵର ହୋଇଥିଲା ପରେ ବ୍ରହ୍ମପୁର ଗକଉଏ ମେଡିକାଲରେ ରକ୍ତ ପରୀକ୍ଷା କରାଯିବାରୁ ଡେଙ୍ଗୁ ପଜେଟିଫ ଥିବା ଜଣାପଡ଼ିଛି । ପ୍ରଥମ ଡେଙ୍ଗୁ ରୋଗୀ ଜଣାପଡ଼ିବା ପରେ ଖଲ୍ଲିକୋଟ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଧରପଗଡ଼ ହେବାର ଲାଗିଛି । ଅନେକ ଅଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିବା ବେଳେ କମଳାପଦର ଗ୍ରାମରେ ପରିମଳ ବ୍ୟବସ୍ତା ସ୍ଵଛତା ନଥିବା ଦେଖିବାକୁ ମିଳିଛି । ଅନ୍ୟପେଟ ଗ୍ରାମକୁ ପ୍ରତ୍ୟକ ବର୍ଷ ଗାଁ କଲ୍ୟାଣ ସମିତି ପକ୍ଷରୁ ଅଙ୍ଗନଵାଡୀ କର୍ମୀ ନିକଟକୁ ବାର୍ଷିକ ୧୦ ହଜାର ଟଙ୍କା ଆସୁଥିବା ବେଳେ କୌଣସି ସ୍ଵଛତା କରାଯାଉନଥିବା ଅଭିଯୋଗ ହେଉଛି । କିଛି ବର୍ଷ ହେଲା ଗ୍ରାମର ଆଶା କର୍ମୀ କୂପ, ଗାଡିଆ, ପୋଖରୀ ମାନଙ୍କରେ କୌଣସି ବ୍ଲିଚିଂ ପାଉଡର ଛିଂଚନ ନକରିବା କିମ୍ବା ସ୍ଵଛତା ଉପରେ ସଚେତନତା କରାଯିବା କାର୍ୟ୍ୟ କରୁନଥିବା ଜଣାପଡ଼ିଛି । ଗ୍ରାମର ବର୍ଷ ବର୍ଷ ଧରି ଗ୍ରାମରେ ପିଇବା ପାଣି ସମସ୍ୟା ଲାଗିରଥିବା ବେଳେ ଅନେକ ଥର ଅଭିଯୋଗ ପରେବି ପ୍ରଶାସନ କୌଣସି ପଦକ୍ଷେପ ନନେବା ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଅଧ କିଲୋମିଟର ବାଟ ଯାଇ ଏକ ଗାଡ଼ିଆ ପୋଖରୀରୁ ଜଳ ଆଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଗତ ଗ୍ରୀଷ୍ମ ରୁତୁରେ ବ୍ଲକ ପ୍ରଶାସନ ଏବଂ ଗ୍ରାମୀଣ ଜଳ ଯୋଗାଣ ପକ୍ଷରୁ ସମସ୍ତ ନଳକୂପ ରୁ ପାଞ୍ଚଟି ବୋତଲରେ ଜଳର ନମୁନା ସଂଗ୍ରହ କରାଯାଇଥିଲା । ପରିକ୍ଷା କରି୍ବା ପରେ ତାହା ପିଇବା ପାଇଁ ଉଚିତ ନୁହେଁ ବୋଲି ବିଭାଗୀୟ ଯନ୍ତ୍ରୀ କହିଥିଲେ । ହେଲେ ବର୍ତ୍ତମାନ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃ୍ଷ୍ଟି ହୋଇଛି ।