ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ୟୁଜିସି ମାନ୍ୟତା ନେଇ ବିକ୍ଷୋଭ

ବ୍ରହ୍ମପୁର,(ଅନିଲ କୁମାର):ସମଗ୍ର ଦକ୍ଷିଣ ଓଡିଶାର ୧୪୬ ବର୍ଷ ପୁରାତନ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଏକକ ବିଶ୍ୱବିଦ୍ୟାଳୟ ଭାବେ ପରିଣତ ପରେ ବର୍ତମାନ ନିଜର ବୈଧତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ୨୦୨୧ ଅଗଷ୍ଟ ପହିଲାରୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ନାମକରଣ ସତ୍ୱେ ୟୁଜିସି ମାନ୍ୟତା ପାଇନାହିଁ, ଫଳରେ ଏଠାରୁ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟର ବୈଧତା ନେଇ ସନ୍ଦେହ ସୃଷ୍ଟି ହୋଇଛି ଓ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେବାର ସଙ୍କଟ ଦେଖାଦେଇଛି l ଏଥିପାଇଁ ତତ୍କାଳୀନ ଉଚ୍ଚ ଶିକ୍ଷା ବିଭାଗକୁ ଦାୟୀ କରିଛନ୍ତି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା l କେବଳ ବାହାବା ଦେଖାଇବାକୁ ଯାଇ କଲେଜରୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଓ ପରେ ୨୦୨୧ରେ ଏକକ ବିଶ୍ୱବିଦ୍ୟାଳୟ ଭଳି ନାମକରଣ ହେଲା କିନ୍ତୁ ପ୍ରକୃତ ନିୟମ ପ୍ରକାରେ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ l କେବଳ ଉଚ୍ଚ ଶିକ୍ଷା ବିଭାଗରେ ଗେଜେଟ ପାସ କରି ବିଶ୍ୱବିଦ୍ୟାଳୟ ହୋଇଗଲା ବୋଲି ପ୍ରଚାର କରାଗଲା କିନ୍ତୁ ନିୟମ ପ୍ରକାରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଓ ଏକାଡେମୀକ କାଉନସିଲ ଗଠନ କରିବା ଓ ପରେ ଏହାକୁ ଓଡିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ଭାବେ ଅନୁମୋଦନ ପାଇଁ ପାରିତ କରିବା କଥାକୁ ଦୃଷ୍ଟି ଦିଆଗଲା ନାହିଁ l ଏ ଦିଗରେ ଗୁରୁତର ଅବହେଳା କରାଯାଇ ଆଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି l ପୂର୍ବତନ କୁଳପତି ମାନେ ମଧ୍ୟ ଏଥିପାଇଁ ସମାନ ପରିମାଣରେ ଦାୟୀ ବୋଲି ଶ୍ରୀ ଗୟା ଅଭିଯୋଗ କରିଛନ୍ତି l ବର୍ତମାନ ଓଡିଶା ବିଧାନସଭା ଅଧିବେଶନରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଅନୁମୋଦନ ପାରିତ କରିବା ଦାବିନେଇ ଆଜି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଧେଶ୍ୟରେ ଜିଲ୍ଲପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଆଜି ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର,ସୁରେନ୍ଦ୍ର ନାଥ ପଣ୍ଡା,ଅଳକ ନାଥ ମିଶ୍ର, ପ୍ରଫୁଲ୍ଲ କୁମାର ଜେନା, ବିଜୟ କୁମାର ପାଢ଼ୀ, ଜୟକୃଷ୍ଣ ନାୟକ, ମନୋଜ କୁମାର ତରାଇ, ଋତୁପୁର୍ଣ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ରମେଶ ପ୍ରସାଦ ଦାସ, ଆଦିତ୍ୟ ନାରାୟଣ ରଥ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ବିରେନ କୁମାର ବେହେରା, ପ୍ରଶାନ୍ତ କୁମାର ପଣ୍ଡା,କବିରାଜ ସେଠି, ସାଲ୍ଲା କେଶବ ଲିଙ୍ଗମ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ